mission shakti banner

ଗାଜା ଅସ୍ତ୍ରବିରତି ନେଇ ଆଲୋଚନା, ମୁକ୍ତ ହୋଇପାରନ୍ତି ବିଦେଶୀ ବନ୍ଧକ

BSKY banner  750×100

ଡେସ୍କ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଗାଜା ଅସ୍ତ୍ରବିରତି ନେଇ ଆଲୋଚନା ହୋଇଛି। ପାଲେଷ୍ଟାଇନ ଅଞ୍ଚଳରେ ଯୁଦ୍ଧ ବନ୍ଦ କରିବା ଏବଂ ଇସ୍ରାଏଲ ଓ ବିଦେଶୀ ବନ୍ଧକଙ୍କୁ ମୁକ୍ତ କରିବା ନେଇ ଏହି ଆଲୋଚନା ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଇସ୍ରାଏଲର ଗୁଇନ୍ଦା ସେବା ମୋସାଦ ମୁଖ୍ୟ କତାର, ଇଜିପ୍ଟ ଓ ଆମେରିକା ସହ ପୃଥକ ଭାବେ ଆଲୋଚନା କରିଛନ୍ତି। ହମାସର ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ କାଇରୋରେ ଅସ୍ତ୍ରବିରତି ଉପରେ ଆଲୋଚନା ଶେଷ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟସ୍ଥିମାନେ ଇସ୍ରାଏଲ ସହ ଆଲୋଚନାର ବିବରଣୀ ପ୍ରଦାନ କରିବାକୁ ଅପେକ୍ଷା କରିଛନ୍ତି।

ସୁନା ଚୋରାଚାଲାଣର ଉପାୟ ଦେଖି ପୁଲିସ ବି କାବା ; ଧରାପଡିଲା ୫୦ ଲକ୍ଷ ଟଙ୍କାର ସୁନା

୧୦ ଲକ୍ଷରୁ ଅଧିକ ବିସ୍ଥାପିତଙ୍କୁ ଆଶ୍ରୟ ଦେଉଥିବା ଗାଜା ସହର ରଫାରେ ଇସ୍ରାଏଲର ଆକ୍ରମଣକୁ ରୋକିବା ପାଇଁ ମଧ୍ୟସ୍ଥତାକାରୀମାନେ ଅସ୍ତ୍ରବିରତି ସୁନିଶ୍ଚିତ କରିବାକୁ ପ୍ରୟାସ ଜୋରଦାର କରିଛନ୍ତି। ଶୀଘ୍ର ଅସ୍ତ୍ରବିରତି ନ ହେଲେ ଇସ୍ରାଏଲ ସହର ଉପରେ ଆକ୍ରମଣ କରିବ ବୋଲି କହିଛି। ତେବେ ଏପରି ନ କରିବାକୁ ଆମେରିକା ଇସ୍ରାଏଲକୁ ପରାମର୍ଶ ଦେଇଛି।

ସମୟ ପୂର୍ବରୁ ଜାଣନ୍ତୁ ହୃଦଘାତର ଏହି ଲକ୍ଷଣ

ଗତ ସପ୍ତାହରେ ହମାସ ନେତା ଇସମାଇଲ ହାନିୟେହ କାଇରୋରେ ସାକ୍ଷାତ କରି ଇଜିପ୍ଟର ମଧ୍ୟସ୍ଥିଙ୍କ ସହ ଅସ୍ତ୍ରବିରତି ସମ୍ପର୍କରେ ଆଲୋଚନା କରିଥିଲେ। ପ୍ୟାରିସ୍ ଆଲୋଚନାକୁ ନେଇ ଇସ୍ରାଏଲ ସାର୍ବଜନୀନ ଭାବେ କୌଣସି ମନ୍ତବ୍ୟ ଦେଇନାହିଁ।

Comments are closed.