www.samajalive.in
Monday, December 15, 2025
16.1 C
Bhubaneswar

ତହସିଲଦାରଙ୍କ ସମ୍ମୁଖରେ ବିଷ ପିଇ ମହିଳା ଗୁରୁତର, ଚିକିତ୍ସା ପାଇଁ ଏମ୍‌ସରେ ଭର୍ତ୍ତି କଲା ପ୍ରଶାସନ

ଖୋର୍ଦ୍ଧା: ପ୍ରଶାସନ ଉପସ୍ଥିତିରେ ବିଷ ପିଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ସରକାରୀ ଜମିରେ ଥିବା ଜବରଦଖଲ ଘର ଉଚ୍ଛେଦବେଳେ ଏହାର ପ୍ରତିବାଦରେ ମହିଳା ଜଣକ ଘରୁ ବିଷ ବୋତଲ ଆଣି ପିଇ ଦେଇଥିଲେ। ବେଗୁନିଆ ଥାନା କୋଚିଆଖାଲ ଗାଁରେ ଉଚ୍ଛେଦବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ବହୁ ନିବେଦନ ପରେ ଉଚ୍ଛେଦ ବନ୍ଦ ନ ହେବାରୁ ବିଷ ପିଇ ଦେଇଥିଲେ ମହିଳା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ପୁଲିସ ଭର୍ତ୍ତିକରିଛି।

ଖୋର୍ଦ୍ଧା ଜିଲା ବେଗୁନିଆ ଥାନା କୋଚିଆଖାଲ ଗାଁରେ ସରକାରୀ ଜମି ଉପରେ ନିର୍ମିତ ଏକ ଘରକୁ ଆଜି ପ୍ରଶାସନ ଭାଙ୍ଗିବା ବେଳେ ମିତା ପାଟଶାଣୀ ନାମକ ଜଣେ ମହିଳା ବିଷ ପିଇ ଦେଇଛନ୍ତି। ବିଷ ପିଇବା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

- Advertisement -

ଦେଉଳି ପଞ୍ଚାୟତ କୋଚିଆଖାଲ ଗ୍ରାମର କୃଷ୍ଣଚନ୍ଦ୍ର ପାଟଶାଣୀ ଦୀର୍ଘ ବର୍ଷ ହେଲା ଏକ ସରକାରୀ ଜମିରେ ଘର କରି ରହୁଛନ୍ତି। ପ୍ରାୟ ଦୁଇ ମାସ ତଳେ ପ୍ରଶାସନିକ ଅଧିକାରୀମାନେ କୃଷ୍ଣଚନ୍ଦ୍ର ପାଟଶାଣୀଙ୍କ ଘର ଭାଙ୍ଗିବାକୁ ଆସିଥିଲେ ଏବଂ ସେତେବେଳେ ଘରର କିଛି ଅଂଶ ଭାଙ୍ଗି ଦେଇଥିଲେ। ଆଜି ପୁଣି ଥରେ ପୁଲିସ୍‌ ଧରି ବେଗୁନିଆ ତହସିଲଦାର ତାପସ ବିଶିଙ୍କ ସହ ପ୍ରଶାସନିକ ଅଧିକାରୀମାନେ କୃଷ୍ଣଚନ୍ଦ୍ରଙ୍କ ଘର ଭାଙ୍ଗିବାକୁ ପହଞ୍ଚିଥିଲେ।

ଘର ନଭାଙ୍ଗିବାକୁ କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ମିତା ସେମାନଙ୍କୁ ଅନୁରୋଧ କରିଥିଲେ। ହାଇକୋର୍ଟଙ୍କ ନିର୍ଦେଶ ଥିବାରୁ ଘର ଭାଙ୍ଗିବାକୁ ପଡ଼ିବ ବୋଲି ପ୍ରଶାସନିକ ଅଧିକାରୀ ଓ ଉପସ୍ଥିତ ପୁଲିସ୍ ଅଧିକାରୀମାନେ କୃଷ୍ଣଚନ୍ଦ୍ର ଓ ମିତା ପାଟଶାଣୀଙ୍କୁ କହିଥିଲେ। ଏହାର ପ୍ରତିବାଦରେ ମିତା ପାଟ୍ଟଶାଣୀ ଘର ଭିତରୁ ଏକ ବିଷ ବୋତଲ ଆଣି ସମସ୍ତଙ୍କ ସମ୍ମୁଖରେ ପିଇ ଦେଇଥିଲେ।

Hot this week

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

Related Articles

Popular Categories