www.samajalive.in
Monday, December 15, 2025
15.1 C
Bhubaneswar

କାନାଡାର ଅସ୍ତିତ୍ୱ ଶେଷ କରିଦେବୁ – ଏମିତି କାହିଁକି କହିଲେ ଆମେରିକାର ରାଜନୈତିଜ୍ଞ

ନ୍ୟୁୟର୍କ- କାନାଡାରେ ଜଷ୍ଟିନ ଟ୍ରୁଡେଙ୍କ ସରକାର ରହିଛି । ତାଙ୍କ ସରକାର ସାରା ବିଶ୍ୱ ସହ ଶତ୍ରୁତା କରୁଥିବା ଅଭିଯୋଗ ହେଉଛି । ଟ୍ରୁଡେ ଭାରତ ବିରୋଧି । ସବୁ ବେଳେ ସେ ଭାରତ ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେବା ସହ ଖାଲିସ୍ତାନୀ ଆତଙ୍କବାଦୀ କାର୍ଯ୍ୟକଳାପକୁ ସେଠାରେ ପ୍ରୋତ୍ସାହନ ଦେଉଛନ୍ତି । ଏବେ ଟ୍ରୁଡେ ଇସ୍ରାଏଲ୍‌ର ବିରୋଧ କରିବା ସହ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନର ସମର୍ଥନ କରୁଛନ୍ତି । ନ୍ୟୁୟର୍କର ଗଭର୍ଣ୍ଣର କେଥି ହ୍ୟେଚୁଲ ଏବେ କାନାଡାକୁ ଖୋଲାଖୋଲି ଭାବେ ଧମକ ଦେଇଛନ୍ତି । ଇସ୍ରାଏଲ୍‌ ଆତ୍ମରକ୍ଷା ପାଇଁ ଯୁଦ୍ଧ କରୁଥିବା କଥା ସେ କହିଛନ୍ତି । କାନାଡ ଏହାର ବିରୋଧ କରୁଥିବା ବେଳେ, ଯଦି କେତେବେଳେ କାନାଡା ବଫେଲ ଉପରେ ଆକ୍ରମଣ କରେ ତେବେ , ଆମେ କାନାଡର ଅସ୍ତିତ୍ୱ ହଜାଇଦେବୁ ବୋଲି କହିଛନ୍ତି । ନିଜ ଭାଷଣରେ ସେଠାରେ ଉପସ୍ଥିତ ଥିବା ଶ୍ରୋତାଙ୍କୁ ସମ୍ବୋଧନ କରିବା ବେଳେ ଗଭର୍ଣ୍ଣର କେଥି ହ୍ୟେଚୁଲ କହିଥିଲେ , ” କ୍ଷମା କରିବେ . ଯଦି କାନାଡା କେବେ ବି ଆକ୍ରମଣ କରେ ତେବେ ଆମେ ତାହାର ଅସ୍ତିତ୍ୱ ତା ପର ଦିନ ହଜାଇ ଦେବୁ ବୋଲି ସେ କହିଛନ୍ତି ।

କାନାଡା ଏବେ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ଏବଂ ଏହା ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ସାହାଯ୍ୟ କରୁଥିବା କଥା ଗଭର୍ଣ୍ଣର କେଥି ହ୍ୟେଚୁଲ ସୂଚନା ଦେଇଛନ୍ତି । ଏବେ ଇସ୍ରାଏଲ୍‌ ଆକ୍ରମଣକୁ ଜୋରଦାର କରୁଥିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଆମେପିକାର ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିଂକନ ଗାଜାରେ ଆକ୍ରମଣକୁ କମ୍‌ କରିବା ପାଇଁ କହିଛନ୍ତି । ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ ମିଳିମିଶି ସମାଧାନର ବାଟ କାଢିବା ପାଇଁ ସେମାନେ ଅନୁରୋଧ କରିଛନ୍ତି । ହେଲେ ଇସ୍ରାଏଲ୍ ନେତା ନେତାନ୍ୟାହୁ ଅନ୍ୟ ନେତାମାନଙ୍କର ସମସ୍ତ ଯୋଜନାକୁ ଖାରିଜ କରି ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories