www.samajalive.in
Sunday, December 14, 2025
14.1 C
Bhubaneswar

ମାମଲା ସଂଖ୍ୟା ହ୍ରାସ ପାଇଁ ନିମ୍ନ ଅଦାଲତ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି – ପ୍ରଧାନ ବିଚାରପତି

ଡେସ୍କ: ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି ଯେ ବଢୁଥିବା ମାମଲାର ବୋଝକୁ ହ୍ରାସ କରିବା ପାଇଁ ନିମ୍ନ ଅଦାଲତରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତାଙ୍କ ଦ୍ୱାରା ଉଦଘାଟିତ ଆର୍ବିଟ୍ରେସନ୍ ସେଣ୍ଟର ଉଦଘାଟନ ଉତ୍ସବକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି କହିଥିଲେ, ନିମ୍ନ ଅଦାଲତ ଗୁଡ଼ିକରେ ହିଁ ସମସ୍ୟାର ସମାଧାନ ଆରମ୍ଭ ହୁଏ, ସେଠାରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଇସ୍ରୋର ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ – ୟୁଭିକା, ୨୦ରୁ ପଞ୍ଜିକରଣ

- Advertisement -

ସେ କହିଛନ୍ତି, ଛୋଟ ଛୋଟ ମାମଲାରେ ଜାମିନ ମିଳୁନଥିବାରୁ ଲୋକମାନେ ସୁପ୍ରିମକୋର୍ଟକୁ ଆସୁଛନ୍ତି ଏବଂ ସେଠାରେ ଚାପ ବଢ଼ିବାରେ ଲାଗିଛି। ଉତ୍ତର ପ୍ରଦେଶ ବିଷୟରେ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ରାଜ୍ୟରେ ପୁଞ୍ଜିନିବେଶ ବୃଦ୍ଧି ପାଉଛି। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହେବ ଏବଂ ଏ ଦିଗରେ ନ୍ୟାୟିକ କ୍ଷେତ୍ରରେ ସମ୍ପ୍ରସାରଣ ଓ ବିଶ୍ୱାସ ରହିବା ଜରୁରୀ ବୋଲି ସେ କହିଛନ୍ତି।

ବେତନ ଅଭିଯୋଗ କଲେ ଚାକିରୀରୁ ବହିଷ୍କାର କରିପାରିବେନି କର୍ତ୍ତୃପକ୍ଷ – ସୁପ୍ରିମକୋର୍ଟ

ଆଇନଜୀବୀ ଏବଂ ଆଇନ ବୃତ୍ତିର ଅନ୍ୟମାନଙ୍କୁ ଟେକ୍ନୋଲୋଜି ସହ ଜଡ଼ିତ ହେବାକୁ ନିବେଦନ କରି ପ୍ରଧାନ ବିଚାରପତି କହିଛନ୍ତି, ମୁଁ ସମସ୍ତ ବରିଷ୍ଠ ଓକିଲଙ୍କୁ ଟେକ୍ନୋଲୋଜି ସହ ଜଡ଼ିତ ହେବାକୁ, ଟାବଲେଟ୍ ଏବଂ ଲାପଟପରେ କାମ କରିବାକୁ କହୁଛି ଏବଂ ଅନେକ ଲୋକ ବର୍ତ୍ତମାନ ଏହା କରୁଛନ୍ତି। ଯୁବପିଢ଼ି ଆଇନ ବୃତ୍ତିରେ ସାମିଲ ହେବା ସମ୍ପର୍କରେ ସେ କହିଛନ୍ତି, ଏହି ପିଢ଼ି ଭିନ୍ନ ଭାବରେ ଚିନ୍ତା କରନ୍ତି ଏବଂ ବହୁ ସଂଖ୍ୟକ ମହିଳା ଏଥିରେ ଆସୁଛନ୍ତି। ସେମାନେ ଏଠାରେ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ମନେ କରନ୍ତି। ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଜ କାର୍ଯ୍ୟକାଳ ବିଷୟରେ ଆଲୋଚନା କରି ଚନ୍ଦ୍ରଚୂଡ଼ କହିଛନ୍ତି, ମୁଁ ସହରାଞ୍ଚଳ ପରିବେଶରେ ବଡ଼ ହୋଇଥିଲି, କିନ୍ତୁ ଉତ୍ତରପ୍ରଦେଶ ଆସିବା ପରେ ମୋତେ ବହୁତ କିଛି ଶିଖିବାକୁ ଏବଂ ଜାଣିବାକୁ ମିଳିଲା।

ଇସ୍ରୋକୁ ଆଉ ଏକ ସଫଳତା – ଇନ୍‌ସାଟ ଥ୍ରୀଡ଼ିଏସ ଉପଗ୍ରହ ଉତକ୍ଷେପଣ

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories