www.samajalive.in
Sunday, December 14, 2025
14.1 C
Bhubaneswar

ଇସ୍ରୋର ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ – ୟୁଭିକା, ୨୦ରୁ ପଞ୍ଜିକରଣ

ଡେସ୍କ: ମହାକାଶ ବିଜ୍ଞାନ ଓ ଏହାର ଉଦୀୟମାନ ଧାରାରେ ଯୁବ ଛାତ୍ରଛାତ୍ରୀଙ୍କୁ ମହାକାଶ ପ୍ରଯୁକ୍ତିବିଦ୍ୟା, ମହାକାଶ ବିଜ୍ଞାନ ଏବଂ ମହାକାଶ ପ୍ରୟୋଗ ଉପରେ ମୌଳିକ ଜ୍ଞାନ ପ୍ରଦାନ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ “ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ” – ୟୁଭିକା ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛି। ଇସ୍ରୋ ପକ୍ଷରୁ ‘କ୍ୟାଚ୍ ଦେମ୍ ୟଙ୍ଗ୍’ ପାଇଁ ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ) ଆଧାରିତ ଗବେଷଣା/କ୍ୟାରିୟର ପାଇଁ ଅଧିକ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯିବ।

https://samajalive.in/renowned-urdu-poet-gulzar-and-jagadguru-rambhadracharya-to-be-honored-with-jnanpith-award-2023/536403.html

- Advertisement -

ଏହି କାର୍ଯ୍ୟକ୍ରମ ପାଇଁ ଚଳିତ ଫେବୃଆରୀ ମାସ ୧୫ ତାରିଖରେ ଘୋଷଣା କରାଯାଇଥିବା ବେଳେ ୨୦ ତାରିଖରୁ ପଞ୍ଜୀକରଣ ଆରମ୍ଭ ହେବ। ପଞ୍ଜୀକରଣ ଶେଷ ତାରିଖ ରହିଛି ଚଳିତ ବର୍ଷ ମାର୍ଚ୍ଚ ୨୦ ତାରିଖ। ମାର୍ଚ୍ଚ ୨୮ରେ ଏଥିପାଇଁ ପ୍ରଥମ ଚୟନ ତାଲିକା ଓ ଏପ୍ରିଲ ୪ରେ ଦ୍ଵିତୀୟ ଚୟନ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ମାନେ ମେ ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୟୁବିକା କାର୍ଯ୍ୟକ୍ରମରେ ଭାଗ ନେବେ।

ଇସ୍ରୋର ସାତଟି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଯୋଜନା କରାଯାଇଛି। ସେଗୁଡିକ ହେଉଛି ଡେରାଡୁନ୍ ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ରିମୋଟ୍ ସେନ୍ସିଂ, ତିରୁଅନନ୍ତପୁରମ୍ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର, ଶ୍ରୀହରିକୋଟା ସତୀଶ ଧୱନ ମହାକାଶ କେନ୍ଦ୍ର, ବେଙ୍ଗାଲୁରୁ ୟୁଆର ରାଓ ସାଟେଲାଇଟ୍ ସେଣ୍ଟର, ଅହମ୍ମଦାବାଦସ୍ଥିତ ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର, ହାଇଦ୍ରାବାଦସ୍ଥିତ ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର ଓ ସିଲଂ ସ୍ଥିତ ଉତ୍ତର ପୂର୍ବ ମହାକାଶ ଆପ୍ଲିକେସନ୍ ସେଣ୍ଟର।

ଏଥିରେ ପଞ୍ଜିକରଣ ପାଇଁ ଏହି ଲିଙ୍କ https://jigyasa.iirs.gov.in/ରେ କ୍ଲିକ କରନ୍ତୁ।
ଅଧିକ ତଥ୍ୟ ପାଇଁ ଏହି ଲିଙ୍କ https://jigyasa.iirs.gov.in/yuvika ରେ କ୍ଲିକ କରନ୍ତୁ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories