ଇସ୍ରୋକୁ ଆଉ ଏକ ସଫଳତା – ଇନ୍ସାଟ ଥ୍ରୀଡ଼ିଏସ ଉପଗ୍ରହ ଉତକ୍ଷେପଣ
ଡେସ୍କ: ଇସ୍ରୋ ଆଜି ସଫଳତାର ସହ ଇନ୍ସାଟ-ଥ୍ରୀଡ଼ିଏସ ଉପଗ୍ରହ ଉତକ୍ଷେପଣ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଜିଏସଏଲଭି-ଏଫ୧୪ ରକେଟ ଦ୍ୱାରା ଏହାର ସଫଳ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ପାଣିପାଗ ସଂପର୍କିତ ଗବେଷଣା ସହ ସଠିକ୍ ତଥ୍ୟ ଯୋଗାଇ ଦେବ।
ଆମେ ପ୍ରସ୍ତୁତ, ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ ହୁଅନ୍ତୁ – ମୁଖ୍ୟ ନିର୍ବାଚନ ଆୟୁକ୍ତ
ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶଧାୱନ୍ ସ୍ପେଶ୍ ସେଣ୍ଟରରୁ ଶନିବାର ସନ୍ଧ୍ୟା ୫ଟା ୩୫ରେ ଏହାର ଉତକ୍ଷେପଣ କରାଯାଇଛି। ଯାହାର ନାଁ ରହିଛି ‘ନଟି ବୟ’। ଏହି ରକେଟ୍ ଜିଏସଏଲଭି ଭାବରେ ଜଣାଶୁଣା। ଜିଏସଏଲଭି-ଏଫ୧୪ ରକେଟ୍ ସାହାଯ୍ୟରେ ଏହାକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯାଇଛି। ଏହି ସାଟେଲାଇଟ୍ ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ସମ୍ପର୍କିତ ଆଗୁଆ ସତର୍କ ସୂଚନା ଦେବାରେ ସହାୟକ ହେବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ କହିଛି। ଏହି ଉପଗ୍ରହ ହେଉଛି ତୃତୀୟ ପିଢିର ପାଣିପାଗ ସମ୍ବନ୍ଧୀୟ ଉପଗ୍ରହର ନୂତନ ମିଶନ୍। ଏହା ଭୁ-ବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ। ‘ନଟି ବୟ’ର ଓଜନ ୨୨୭୪ କିଲୋଗ୍ରାମ ହୋଇଥିବା ସୂଚନା ମିଳିଛି।
Comments are closed.