www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ପାଇବେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ: ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ପାଇବେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେହିପରି ସଂସ୍କୃତ ବିଦ୍ବାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି। ୫୮ତମ ଜ୍ଞାନପୀଠ ପୁରସ୍କାର କମିଟି ଦ୍ବାରା ଉଭୟ ମନୋନୀତ ହୋଇଥିବା ଚୟନ କମିଟି ଶନିବାର ଘୋଷଣା କରିଛି।

ଗୁଲଜାର ହିନ୍ଦୀ ସିନେମାରେ ଜଣେ ଖ୍ୟାତି ସମ୍ପନ୍ନ ଗିତିକାର ଭାବେ ବେଶ ଜଣାଶୁଣା ଏବଂ ଏହି ଯୁଗର ସର୍ବୋତ୍ତମ ଉର୍ଦ୍ଦୁ କବି ଭାବରେ ପରିଗଣିତ। ସେ ଏହାପୂର୍ବରୁ ୨୦୦୨ରେ ଉର୍ଦ୍ଦୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦାସାହେବ ଫାଲକେ ପୁରସ୍କାର, ୨୦୦୪ ରେ ପଦ୍ମ ଭୂଷଣ ଏବଂ ତାଙ୍କର ସୃଜନଶିଳତା ସୃଷ୍ଟି ପାଇଁ ଅତି କମରେ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

- Advertisement -

ଚିତ୍ରକୋଟରେ ତୁଲସୀ ପୀଠର ପ୍ରତିଷ୍ଠାତା ତଥା ମୁଖ୍ୟ ରାମଭଦ୍ରାଚାର୍ଯ୍ୟ ଜଣେ ପ୍ରସିଦ୍ଧ ହିନ୍ଦୁ ଆଧ୍ୟାତ୍ମିକ ନେତା, ଶିକ୍ଷାବିତ୍ ତଥା ୧୦୦ରୁ ଅଧିକ ପୁସ୍ତକ ଲେଖକ।

ଜ୍ଞାନପୀଠ ଚୟନ କମିଟି ଏକ ବିବୃତ୍ତିରେ କହିଛି ଯେ ଦୁଇ ଭାଷାର ବିଶିଷ୍ଟ ଲେଖକଙ୍କୁ ଏହି ପୁରସ୍କାର (୨୦୨୩ ପାଇଁ) ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସଂସ୍କୃତ ସାହିତ୍ୟିକ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ତଥା ଜଣାଶୁଣା ଉର୍ଦ୍ଦୁ ସାହିତ୍ୟିକ ଶ୍ରୀ ଗୁଲଜାରଙ୍କୁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories