www.samajalive.in
Monday, December 15, 2025
15.1 C
Bhubaneswar

କଟକ ଜିଲା କଂଗ୍ରେସ କମିଟି ତରଫରୁ ମଧୁପାଟଣା ଛକରେ ବିକ୍ଷୋଭ ପ୍ରଦର୍ଶନ

କଟକ: ବିଜେପିର ବିଜେଡ଼ି ସହିତ ଅଘୋଷିତ ମେଣ୍ଟ ଯୋଗୁ ଓଡିଶା ଓ ଓଡିଶାବାସୀଙ୍କ ଅସ୍ତିତ୍ବ ଲୋପ  ପାଇବାରେ ଲାଗିଛି। ବିଜେପି ଚଳାଇଥିବା ଚକ୍ରାନ୍ତ ବିରୁଦ୍ଧରେ ପ୍ରଦେଶ କଂଗ୍ରେସ ର ନିର୍ଦେଶ କ୍ରମେ କଟକ ଜିଲା କଂଗ୍ରେସ କମିଟି ତରଫରୁ ସ୍ଥାନୀୟ ମଧୁପାଟଣା ଛକ ନିକଟରେ ପିସିସି ସମ୍ପାଦକ ପ୍ରିୟଜିତ ରାୟଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲା କଂଗ୍ରେସ ଉପ ସଭାପତି ଶିଶିର ରଥ, ମନୋଜ ବିଶ୍ୱାଳ,ରାଜେଶ ସ୍ୱାଇଁ,ସଦର ବ୍ଲକ କଂଗ୍ରେସ ସଭାପତି ରାମ ଚନ୍ଦ୍ର ଗୋଛାୟତ, ବରିଷ୍ଠ ଆଇନଜୀବୀ ଆଲୋକ ପ୍ରସାଦ ନନ୍ଦ,କଟକ ଜିଲ୍ଲା କଂଗ୍ରେସ ସମ୍ପାଦକ, ଉଗ୍ରସେନ ଭୂୟାଁ,ରାଜସିକନ ସ୍ୱାଇଁ,ଦୀପକ ସାହୂ, ସଚ୍ଚିଦାନନ୍ଦ ରାଉତ, ଯୁବ କଂଗ୍ରେସ ଉପସଭାପତି ଅଜୟ ଦାସ,ଋଷି କାଣ୍ଡି, ଦିଲ୍ଲୀପ ବାରିକ,ସୀତାକାନ୍ତ ପଣ୍ଡା, ପ୍ରଦୀପ ସାହୂ, ପ୍ରଶାନ୍ତ ସାମଲ, ଦିଲ୍ଲୀପ ସାମଲ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories