www.samajalive.in
Tuesday, December 9, 2025
17.1 C
Bhubaneswar

ଆମେ ପ୍ରସ୍ତୁତ, ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ ହୁଅନ୍ତୁ – ମୁଖ୍ୟ ନିର୍ବାଚନ ଆୟୁକ୍ତ

ଡେସ୍କ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ସମୀକ୍ଷା ପରେ ଆଜି (ଶନିବାର) ମୁଖ୍ୟ ନିର୍ବାଚନ ଆୟୁକ୍ତ ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ୨୦୨୪ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନକୁ ନିର୍ବିଘ୍ନରେ ପରିଚାଳନା କରିବା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଛି।

ଶ୍ରୀ କୁମାର କହିଛନ୍ତି, ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ ହୁଅନ୍ତୁ। ଏହି ମହାପର୍ବରେ ଓଡ଼ିଶାରେ ମୋଟ ୩‌ କୋଟି ୩୨ ଲକ୍ଷ ମତଦାତା ଭୋଟ୍‌ ଦେବେ। ମୋଟ୍‌ ୩୭ ହଜାର ୮୦୯ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ କରାଯିବ। ସେଥିରୁ ୨୨ ହଜାର ୬୮୫ଟି କେନ୍ଦ୍ରରେ ୱେବ୍‌କାଷ୍ଟିଂ କରାଯିବ। ସେହିପରି ପ୍ରାୟ ୪ ହଜାର ବୁଥ୍‌ରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ। ଯେଉଁଠି କୌଣସି ତ୍ରୁଟି ଦେଖାଯିବ, ଲୋକେ କମିସନଙ୍କୁ ଇ-ଭିଜିଲ ଆପ ଜରିଆରେ ନିଜ ନାମ ଗୋପନ ରଖି ଜଣାଇପାରିବେ। ଏହିଭଳି ଅଭିଯୋଗ ଆସିଲେ, ୧୦୦ ମିନିଟ୍‌ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ଟିମ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀ କୁମାର କହିଛନ୍ତି। ସେ କହିଛନ୍ତି, ନିର୍ଦ୍ଦିଷ୍ଟ ସ୍ଥାନରେ ସଭା ଆୟୋଜନ ପାଇଁ ଯିଏ ପ୍ରଥମେ ଆବେଦନ କରିବ, ତାକୁ ସେହି ସ୍ଥାନ ମିଳିବ। ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିଲେ ସେମାନେ ୩ ଥର ବିଜ୍ଞାପନ ଦେଇ ସାଧାରଣ ଜନତାଙ୍କୁ ଜଣାଇବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

- Advertisement -

ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ କୁମାର କହିଛନ୍ତି ଯେ, ନିର୍ବାଚନ ନେଇ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିରପେକ୍ଷ, ସ୍ବଚ୍ଛ ଓ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନରେ ନିରପେକ୍ଷ ଓ ଶୃଙ୍ଖଳିତ ପରିଚାଳନାକୁ ଗୁରୁତ୍ବ ଦିଆଯାଇଛି। ପେଡ୍‌ ନ୍ୟୁଜ୍‌ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଯୋଗ ଆସିଲେ ଏକ ସ୍ବତନ୍ତ୍ର କମିଟି ତଦନ୍ତ କରିବ। ଯଦି ଅଭିଯୋଗ ସତ ପ୍ରମାଣିତ ହେବ, ସେ କ୍ଷେତ୍ରରେ ସଂପୃକ୍ତ ପ୍ରାର୍ଥୀ ସମସ୍ତ ଖର୍ଚ୍ଚ ବହନ କରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories