www.samajalive.in
Sunday, December 7, 2025
14.1 C
Bhubaneswar

ଗୁଳି ମାଡ କରି ଦୋକାନରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ସମ୍ବଲପୁର : ଥମୁନି ଲୁଟେରାଙ୍କ ଉତ୍ପାତ। ଦିନ ଦ୍ୱିପ୍ରହରରେ ଗୁଳି ମାଡ କରି ସୁନା ଦୋକାନରୁ ଦୁର୍ବୃତ୍ତ ଲୁଟ୍‌‌ କରିବା ସହ ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଶୁକ୍ରବାର ଧନୁପାଲୀ ଥାନା ଗୋବିନ୍ଦପଲାରେ ଘଟିଛି। ଗୋବିନ୍ଦପଲାରେ ଥିବା ଏକ ସୁନା ଦୋକାନରେ ପଶି ଗୁଳି ମାଡ କରି ଦୁର୍ବୃତ୍ତ ସୁନାଗହଣା ଲୁଟ୍‌‌ କରିଛନ୍ତି। କେତେ ଟଙ୍କାର ସୁନା ଗହଣା ଲୁଟ୍‌‌ ହୋଇଛି, ତାହା ଅସ୍ପଷ୍ଟ ରହିଛି। ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ୩ଟି ବାଇକ୍‌‌ରେ ୬ ଜଣ ଦୁର୍ବୃତ୍ତ ଆସି ଲୁଟ୍‌‌ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଦୋକାନ ମାଲିକଙ୍କ ଦେହରେ ଗୁଳି ବାଜି ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣା ସ୍ଥଳରେ ଦୋକାନରେ ଓ ଦୋକାନ ବାହାରେ ମଧ୍ୟ ଅନେକ ସିସିଟିଭି ଥିବାରୁ ତଦନ୍ତରେ ସହାୟକ ହେବ ବୋଲି କୁହାଯାଉଛି। ଦୋକାନ ମାଲିକଙ୍କ ଦେହରେ ଗୁଳି ବାଜି ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories