www.samajalive.in
Saturday, December 6, 2025
15.1 C
Bhubaneswar

ଗାଜାରେ ପହଞ୍ଚିଲେ ନେତାନ୍ୟାହୁ, ଜଣେ ପଣବନ୍ଦୀଙ୍କ ମୁକ୍ତି ପାଇଁ ୩୮ କୋଟି ଦେବାକୁ ଘୋଷଣା କଲେ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ୧ ବର୍ଷରୁ ଅଧିକ ବିତିଗଲାଣି। କିନ୍ତୁ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହା ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କଟ୍‌ସଙ୍କ ସହିତ ଗାଜା ଗସ୍ତ କରିଛନ୍ତି। ଉଭୟେ ଗାଜା​‌ରେ ଏକ ଅଜ୍ଞାତ ସ୍ଥାନରେ ପହଞ୍ଚିଥିଲେ। ସେଠାରେ ସେମାନେ ପଣବନ୍ଦୀମାନଙ୍କ ମୁକ୍ତି ପାଇଁ ପାଲେଷ୍ଟିନୀୟମାନଙ୍କୁ ପୁରସ୍କାର ଦେବା ସହିତ ଉକ୍ତ ଅଞ୍ଚଳରୁ ସୁରକ୍ଷିତ ବାହାର କରିବାକୁ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରତ୍ୟେକ ବନ୍ଧକଙ୍କ ପାଇଁ ପ୍ରାୟ ୫୦ ଲକ୍ଷ ଡଲାର ଅର୍ଥାତ ୩୮ କୋଟି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ‘ଯେଉଁମାନେ ଗାଜାର ଚକ୍ରବ୍ୟୁହ ମଧ୍ୟରୁ ବାହାରିବାକୁ ଚାହୁଁଛନ୍ତି, ସେମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ, ଯେକେହି ବି ଆମକୁ ପଣବନ୍ଦୀ ହସ୍ତାନ୍ତର କରିବେ ତାଙ୍କ ପରିବାରକୁ ବାହାରକୁ ଯିବାକୁ ସୁରକ୍ଷିତ ରାସ୍ତା ଦିଆଯିବ। ଏହା ସହିତ ପ୍ରତ୍ୟେକ ବନ୍ଧକଙ୍କ ପିଛା ୩୮ କୋଟି ଟଙ୍କା ବି ପ୍ରଦାନ କରାଯିବ। ଆପଣ ନିଷ୍ପତ୍ତି ନିଅନ୍ତୁ କ’ଣ କରିବେ।’

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories