www.samajalive.in
Saturday, December 6, 2025
14.1 C
Bhubaneswar

ପାକିସ୍ତାନର ବାଇକ୍ ଭିଡିଓ ଭାଇରାଲ, ମଜା ଉଡାଇଲେ ଲୋକେ

ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ପାକିସ୍ତାନ ବହୁତ ପଛରେ ରହିଯାଇଛି ଏବଂ ଏଥିପାଇଁ ବାରମ୍ବାର ପାକିସ୍ତାନକୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ କରାଯାଏ । ଏବେ ସାମାଜିକ ଗଣମାଧ୍ୟମରେ ପାକିସ୍ତାନର ବିକାଶର ଏକ ଚିତ୍ର ଦେଖିବାକୁ ମିଳିଛି ଯାହାକୁ ନେଇ ମଜା ଉଡାଯାଉଛି । ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବାଇକ ମୋଡିଫାଏ ହୋଇଥିବା ଦେଖିବାକୁ ମିଳୁଛି । ସମସ୍ତେ ଏହି ବାଇକର ମଜା ଉଡାଉଛନ୍ତି ।

- Advertisement -

ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଏହା ପାକିସ୍ତାନର ବୋଲି କୁହାଯାଉଛି । ବାଇକ୍ ସିଡି ୭୦ ବୋଲି ନଜର ଆସୁଛି । ଏହାର ସିଟକୁ ଲମ୍ବା କରିଦିଆଯାଇଛି । ମୋଡିଫାଏ ପରେ ଏବେ ସେଥିରେ ୫ ଜଣରୁ ଅଧିକ ଲୋକ ଯାତ୍ରା କରିପାରିବେ । ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ ହେବାରେ ଲାଗିଛି । ସମସ୍ତେ ପାକିସ୍ତାନର ଏହି ପ୍ରଯୁକ୍ତିବିଦ୍ୟାର ମଜା ଉଡାଉଛନ୍ତି । ଭିଡିଓ ଭାଇରାଲ ହେବା ସହ ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories