www.samajalive.in
Saturday, December 6, 2025
26.1 C
Bhubaneswar

ସରକାରୀ ନିର୍ଦ୍ଦେଶକୁ ଫୁ: ପୁଣି ଉଠା ଦୋକାନୀଙ୍କ କବଜାରେ ମୁଖ୍ୟ ବେଳାଭୂମି ପରିସର

ଗୋପାଳପୁର: ଗୋପାଳପୁର ମୁଖ୍ୟ ବେଳାଭୂମି ପରିସରକୁ ଉଠା ଦୋକାନୀମାନେ କବଜା କରି ରଖିଥିବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନିମନ୍ତେ ଏନଏସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିର୍ଦ୍ଦେଶକୁ ମାନି ଉଠା ଦୋକାନୀମାନେ ମୁଖ୍ୟ ବେଳାଭୂମିକୁ ଛାଡି ଅନ୍ୟତ୍ର ସ୍ଥାନାନ୍ତର ହେଲେ। କିନ୍ତୁ ଏବେ ପୁଣିଥରେ ମୁଖ୍ୟ ବେଳାଭୂମି ପରିସରକୁ ଉଠା ଦୋକାନୀମାନେ ନିଜ କବଜାକୁ ନେଇ ଯାଇଥିବା ଦେଖିବାକୁ ମିଳିଛି। ଗୋପାଳପୁର ସମେତ ଆଖପାଖ ଅଞ୍ଚଳର କିଛି ବ୍ୟବସାୟୀ ମୁଖ୍ୟ ବେଳାଭୂମି ପରିସରରେ ନିଜର ଉଠା ଦୋକାନୀ ପସରା ଖୋଲିବା ସହ ଦୋକାନ ସମ୍ମୁଖରେ ପ୍ଲାଷ୍ଟିକ ଚେୟାର ଗ୍ରାହକ ବସିବା ନିମନ୍ତେ ପକାଇଥାନ୍ତି। ବେଳାଭୂମି ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଯଦି ଦୋକାନୀଙ୍କ ଚେୟାରରେ ବସିବାକୁ ଚାହିଁଲେ, ଦୋକାନୀ ସେମାନଙ୍କଠାରୁ ୧୦ ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହୋଇଆସୁଥିଲା। ଉଠା ଦୋକାନୀଙ୍କ ଦୌରାତ୍ମ୍ୟ ନେଇ ବିଭିନ୍ନ ସମୟରେ ଅଭିଯୋଗ ପରେ ଗୋପାଳପୁର ଏନଏସି ପକ୍ଷରୁ ଗତ ସେପ୍ଟେମ୍ବର ମାସରେ ଉଠା ଦୋକାନୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ବେଳାଭୂମି ପରିସରରେ ଉଠା ଦୋକାନୀମାନେ ଦୋକାନ ନ ପକାଇ ଅନ୍ୟତ୍ର ପକାଇବା ନିଷ୍ପତ୍ତି ହେବା ସହ ମୁଖ୍ୟ ବେଳାଭୂମି ପରିସରରେ ଉଠା ଦୋକାନୀ ଦୋକାନ ଖୋଲିଲେ ସେମାନଙ୍କ‌ଠାରୁ ୧ ହଜାର ଟଙ୍କା ଫାଇନ ଆଦାୟ ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ସେପ୍ଟେମ୍ବର ୨୧ ତାରିଖରେ ମୁଖ୍ୟ ବେଳାଭୂମି ପରିସରରେ ରହିଥିବା ସମସ୍ତ ଉଠା ଦୋକାନୀ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥିଲେ। ଏହା ମଧ୍ୟରେ ଏଠାରେ କାର୍ଯ୍ୟରତ ଥିବା ନିର୍ବାହୀ ଅଧିକାରୀଙ୍କ ଅନ୍ୟତ୍ର ବଦଳି ପରେ ଏବେ ପ୍ରମୋଦ କୁମାର ପାଢ଼ୀ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଏହା ମଧ୍ୟରେ ମୁଖ୍ୟ ବେଳାଭୂମି ପରିସରକୁ ଉଠା ଦୋକାନୀମାନେ ନିଜ କବଜାକୁ ନେଇ ବେପାର ଆରମ୍ଭ କରି ଦେଲେଣି, ଯାହାଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମୁଖ୍ୟ ବେଳାଭୂମିରେ ବୁଲାବୁଲି କରିବାରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି। ଏ ନେଇ ନିର୍ବାହୀ ଅଧିକାରୀ ଶ୍ରୀ ପାଢ଼ୀଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ, ଦିନେ ଦୁଇଦିନ ମଧ୍ୟରେ ମୁଖ୍ୟ ବେଳାଭୂମିରେ ଚଢାଉ କରାଯାଇ ଦୋକାନୀଙ୍କଠାରୁ ଫାଇନ ଆଦାୟ କରାଯିବା ସହ ତୁରନ୍ତ ମୁଖ୍ୟ ବେଳାଭୂମି ପରିସରକୁ ଜବର ଦଖଲ ମୁକ୍ତ କରାଯିବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories