ରେଙ୍ଗାଲକ୍ୟାମ୍ପ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଧାନ ସଂଗ୍ରହ ଶୁଭାରମ୍ଭ କରି ଚାଷୀ ମାନଙ୍କୁ ସମ୍ମର୍ଦ୍ଧିତ କରିଥିଲେ। ଏହାପରେ ଗୋଡଭଗା ମାର୍କେଟ ପହଞ୍ଚି ଧାନ କିଣାର ଶୁଭାରମ୍ଭ କରିଥିଲେ। ଗୋଡଭଗା ମାର୍କେଟରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନର କର୍ମକର୍ତ୍ତା ମାନେ ମନ୍ତ୍ରୀଙ୍କୁ ଭେଟି ଚଳିତ ଋତୁର ଧାନ ବିକ୍ରି ଜନିତ ସମସ୍ୟାର ସମାଧାନ ସକାଶେ ୫ ଦଫା ସମ୍ବଳିତ ଲିଖିତ ଦାବିପତ୍ରକୁ ସଭାପତି ବିରେନ କର ସର୍ବ ସମ୍ମୁଖରେ ପଠନ କରି ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଦାବି ଗୁଡିକୁ ପୂରଣ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ପ୍ରତିଶୃତି ଦେବା ସଙ୍ଗେ ସଙ୍ଗେ ମାର୍କେଟକୁ ଏଫକ୍ୟୁ ମାନର ଧାନ ଆଣି ବିକ୍ରି କରିବା ପାଇଁ ଆହ୍ୱାନ ଦେଇଥିଲେ।
Popular Categories



