www.samajalive.in
Sunday, December 14, 2025
23.1 C
Bhubaneswar

ଖୋଜୁଥିଲେ ଗଞ୍ଜେଇ, ମିଳିଲା ପୁଳା ପୁଳା ରୁପା

ସମ୍ବଲପୁର : ଗଞ୍ଜେଇ ସନ୍ଦେହରେ ଗାଡି ଯାଞ୍ଚ ବେଳେ ମିଳିଲା ବିପୁଳ ରୁପା । କାର୍‌ ପଛ ସିଟ୍‌ରେ ଲୁଚାଇ ରଖାଯାଇଥିବା ରୁପା ଅଳଙ୍କାରକୁ ପୁଲିସ ମଙ୍ଗଳବାର ଜବତ କରିଛି। ବିଜୁ ଏକ୍ସପ୍ରେସ ୱେ ମଝିପାଲି ଟୋଲ୍‌ ଗେଟ୍‌ ନିକଟରୁ ୧୬୬ କେଜି ୪୦୯ ଗ୍ରାମ୍‌ ଓଜନର ରୁପା ଅଳଙ୍କାର ଓ ରୁପା ସାମଗ୍ରୀ ଜବତ କରାଯାଇଛି । ଅବକାରୀ ବିଭାଗର ସୂଚନା ପରେ ଜିଏସଟି ଟିମ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି । ଗାଡିଟି ବାହାର ରାଜ୍ୟର ହୋଇଥିବା ବେଳେ ଝାରସୁଗୁଡା ଅଭିମୁଖେ ଯାଉଥିଲା । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ରୁପା ଅଳଙ୍କାର ମହାରାଷ୍ଟ୍ରରୁ ରାଞ୍ଚି ଯାଉଥିଲା ବୋଲି ସୂଚନା ମିଳିଛି।
ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟରାଜପଥର ରେଙ୍ଗାଲିରେ ଆଜି ଅବକାରୀ ବିଭାଗ ପାଟ୍ରୋଲିଂ ସମୟରେ ଏକ ଗାଡିକୁ ଅଟକାଇ ଯାଞ୍ଚ କଲାବେଳେ ସେଥିରୁ ବିପୁଳ ପରିମାଣର ରୁପା ଅଳଙ୍କାର ଚାଲାଣ ହେଉଥିବାର ଦେଖିବାକୁ ମିଳିଥିଲା। ଅବକାରୀ ଇନ୍ସପେକ୍ଟର ସ୍ମୃତିରେଖା ମହାନ୍ତି ଗାଡିକୁ ଅଟକ ରଖି ସି.ଟି ଜି.ଏସ୍.ଟି ବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ।  ସି.ଟି ଜି ଏସ୍ ଟି ବିଭାଗ ଅଧିକାରୀ ସଦଳବଳେ ଘଟଣାସ୍ଥଳକୁ ପହଞ୍ଚି ରୁପା ଅଳଙ୍କାରର ଆନୁସଙ୍ଗିକ କାଗଜ ଚାଲାଣକାରୀଙ୍କୁ ମାଗିଥିଲେ। କିନ୍ତୁ କୌଣସି କାଗଜ ସେମାନଙ୍କ ପାଖରେ ନଥିଲା। ଫଳରେ ସିଟିଜିଏସଟି ବିଭାଗ ପକ୍ଷରୁ ଅଳଙ୍କାର ସହ ଚୋରା ଚାଲାଣ ହେଉଥିବା ଗାଡିକୁ ଜବତ କରାଯାଇ ଏଥିରେ ସଂପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବାର ଜଣାପଡିଛି।

ବଢିଲା ସୁରକ୍ଷା ବ୍ୟବସ୍ଥା; ସଲମାନ୍‌ ଖାନ୍‌ଙ୍କୁ ୱାଇ ପ୍ଲସ୍‌ ସିକ୍ୟୁରିଟି

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories