www.samajalive.in
Sunday, December 14, 2025
26.1 C
Bhubaneswar

ହରିୟାଣା ସୀମାରେ କୃଷକ-ପୁଲିସ ମୁହାଁମୁହିଁ

ଡେସ୍କ: ସର୍ବନିମ୍ନ ସହାୟକ ମୂଲ୍ୟ ସଂକ୍ରାନ୍ତ ଆଇନ ପ୍ରଣୟନ ଦାବିରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା କୃଷକମାନଙ୍କୁ ହଟାଇବା ପାଇଁ ହରିୟାଣା ପୁଲିସ ମଙ୍ଗଳବାର ଅମ୍ବାଲା ନିକଟସ୍ଥ ଶମ୍ଭୁ ସୀମାରେ ଏକାଧିକ ରାଉଣ୍ଡ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି। ଘଗର ନଦୀ ପୋଲ ଉପରେ ହରିୟାଣା ପୁଲିସ ବ୍ୟାରିକେଡିଂର ଏକ ଅଂଶ ଭାବରେ ରଖାଯାଇଥିବା ସିମେଣ୍ଟ ବ୍ଲକ ଗୁଡିକୁ ହଟାଇବା ପାଇଁ କୃଷକମାନେ ଟ୍ରାକ୍ଟର ଆଣିବାରୁ ପରିସ୍ଥିତି ଅଣାୟତ୍ତ ଆଡକୁ ଗତି କରିଥିଲା। ତେବେ ବିକ୍ଷୋଭକାରୀମାନେ ପୁଲିସ ଉପରକୁ ପଥର ମାଡ଼ କରୁଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଉଥିବା ହରିୟାଣା ପୁଲିସ କହିଛି।

କର୍କଟ ରୋଗରୁ ଦୂରେଇ ରଖିବ ଏସବୁ ଫଳ, ଦୈନନ୍ଦିନ ଖାଦ୍ୟରେ କରନ୍ତୁ ସାମିଲ

- Advertisement -

ହରିୟାଣା ପୁଲିସ ମୁଖପାତ୍ର କହିଛନ୍ତି, କାହାକୁ ବିଶୃଙ୍ଖଳା ସୃଷ୍ଟି କରିବାକୁ ଦିଆଯିବ ନାହିଁ। ଯେଉଁମାନେ ଏପରି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି। ପୁଲିସ ପକ୍ଷରୁ ଏକାଧିକ ରାଉଣ୍ଡ ଲୁହବୁହା ଗ୍ୟାସ୍ ସେଲ୍ ଫିଙ୍ଗିବା ପରେ ବାୟୁରେ ଲୁହବୁହା ଗ୍ୟାସର ଆସ୍ତରଣ ସୃଷ୍ଟି ହୋଇଥିଲା। ଏହାର ପ୍ରଭାବକୁ ସୀମିତ ରଖିବା ପାଇଁ ଚାଷୀମାନେ ଓଦା ଝୋଟ ତିଆରି ପାଲ ଘୋଡେଇ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରଥମେ କିଛି ଯୁବକ ଲୁହା ବ୍ୟାରିକେଡ୍ ଭାଙ୍ଗି ଘଗର ନଦୀ ପୋଲଉପରୁ ଫିଙ୍ଗିବାକୁ ଚେଷ୍ଟା କରିବାରୁ ପୁଲିସ ଲୁହବୁହା ଗ୍ୟାସ୍ ସେଲ୍ ଫିଙ୍ଗିଥିଲା। ହରିୟାଣା ପୁଲିସ ଆନ୍ଦୋଳନକାରୀଙ୍କୁ ବ୍ୟାରିକେଡ୍ ଠାରୁ ଦୂରେଇ ରହିବାକୁ ନିବେଦନ କରିବା ସତ୍ତ୍ୱେ ଅନେକ ଯୁବକ ବ୍ୟାରିକେଡ୍ ଉପରେ ଠିଆ ହୋଇ ରହିଥିଲେ।

ଆସନ୍ତା ୩ ବର୍ଷରେ ଦେଶରେ ଖୋଲିବ ଏକ ହଜାର ଗୋଷ୍ଠୀ ବେତାର କେନ୍ଦ୍ର

ପ୍ରାୟ ଏକ ଘଣ୍ଟା ପରେ ଶମ୍ଭୁ ସୀମାରେ ବ୍ୟାରିକେଡ୍ ନିକଟରେ ବହୁ ସଂଖ୍ୟକ କୃଷକ ଏକାଠି ହେବା ପରେ ପୁଲିସ ପୁଣି ଥରେ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ଲୁହବୁହା ଗ୍ୟାସ୍ ସେଲ୍ ପ୍ରୟୋଗ କରିଥିଲା। ବିକ୍ଷୋଭକାରୀ କୃଷକମାନେ ହରିୟାଣା ସରକାରଙ୍କୁ ଲୁହବୁହା ଗ୍ୟାସ ପ୍ରୟୋଗ ପାଇଁ ସମାଲୋଚନା କରିଛନ୍ତି ଏବଂ କହିଛନ୍ତି ଯେ ସେମାନଙ୍କ ଦାବି ଗ୍ରହଣ କରିବା ପାଇଁ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବାକୁ ସଂକଳ୍ପବଦ୍ଧ। ଫସଲ ପାଇଁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ କୌଣସି ସୁଫଳ ନ ମିଳିବା ପରେ ମଙ୍ଗଳବାର ସକାଳେ କୃଷକମାନେ ସେମାନଙ୍କ ଦାବି ପାଇଁ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରା ଆରମ୍ଭ କରିଛନ୍ତି।

ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନସିପ୍ – ଆସନ୍ତାକାଲି ଭାରତ-ହଂକଂ ମୁହାଁମୁହିଁ

ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣ-ରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚା ଘୋଷଣା କରିଛନ୍ତି ଯେ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନିଶ୍ଚିତ କରିବା ପାଇଁ ଆଇନ ପ୍ରଣୟନ କରିବା ସମେତ ସେମାନଙ୍କ ଦାବିକୁ ଗ୍ରହଣ କରିବା ପାଇଁ କୃଷକମାନେ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଦିଲ୍ଲୀ ଯିବାକୁ ବାହାରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories