www.samajalive.in
Saturday, December 6, 2025
15.1 C
Bhubaneswar

କର୍କଟ ରୋଗରୁ ଦୂରେଇ ରଖିବ ଏସବୁ ଫଳ, ଦୈନନ୍ଦିନ ଖାଦ୍ୟରେ କରନ୍ତୁ ସାମିଲ

ଡେସ୍କ: ଅତ୍ୟଧିକ ମଦ୍ୟପାନ, ଧୂମପାନ ଏବଂ ଖରାପ ଜୀବନଶୈଳୀ କାରଣରୁ କର୍କଟ ରୋଗ ତା’ର କାୟା ବିସ୍ତାର କରିବାରେ ଲାଗିଛି। କେତେକ କ୍ଷେତ୍ରରେ ବଂଶାନୁକ୍ରମିକ କାରଣ ମଧ୍ୟ ରହିଥାଏ। କିନ୍ତୁ ଯଦି ଆମେ ଆମର ଜୀବନଶୈଳୀକୁ ସୁଧାରି ଆମ ଖାଦ୍ୟରେ କିଛି ଫଳକୁ ସାମିଲ କରିବା, ତେବେ ଏହି ରୋଗର କବଳରୁ ନିଜକୁ ରକ୍ଷା କରିପାରିବା। ଦୈନନ୍ଦିନ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ଫାଇବରରେ ଭରପୂର ଫଳ ସାମିଲ କରିବା ଦ୍ବାରା ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ। ଆମେ ଆପଣଙ୍କୁ କେତେକ ଫଳ ବିଷୟରେ କହିବୁ, ଯାହାକୁ ସେବନ କରିବା ଦ୍ବାରା ଆମେ କ୍ୟାନ୍ସରକୁ ନିଜଠାରୁ ଦୂରେଇ ରଖିପାରିବା।

ବ୍ଲୁବେରୀ, ଷ୍ଟ୍ରବେରୀ, ରାସ୍ପବେରୀ ଆଦିରେ ଏନ୍ଥୋସିୟାନିନ୍‌, ଫ୍ଲେଭୋନୋଇଡ୍‌ ସମେତ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା କର୍କଟ ନିରୋଧୀ ଗୁଣରେ ଭରପୁର। ଏହି ଫଳଗୁଡିକ ସେବନ କରି ଆମେ ସୁସ୍ଥ ରହିପାରିବା।

- Advertisement -

ଖଟା ଫଳ ଯେପରିକି, କମଳା, ଅଙ୍ଗୁର, ଲେମ୍ବୁକୁ ମଧ୍ୟ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ। ଖଟା ଫଳରେ ଭିଟାମିନ୍‌-ସି ସମେତ ଅନେକ ଉପକାରୀ ଗୁଣ ଥାଏ, ଯାହା କର୍କଟ ବିରୋଧରେ ସୁରକ୍ଷା ଦେଇଥାଏ।

ସେଓରେ ଡାଏଟାରୀ ଫାଇବର ଏବଂ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ଥାଏ। କେତେକ ଅଧ୍ୟୟନରୁ ଜଣାପଡିଛି ଯେ, ସେଓରେ କର୍କଟ ନିରୋଧୀ ଗୁଣ ରହିଛି।

କିୱି ଭିଟାମିନ୍-ସି, ଭିଟାମିନ୍-କେ ଏବଂ ଡାଏଟାରୀ ଫାଇବରର ଏକ ଉତ୍ତମ ଉତ୍ସ। ଏହି ପୋଷକ ତତ୍ତ୍ବ ସାମଗ୍ରିକ ସ୍ୱାସ୍ଥ୍ୟ ଉନ୍ନତିରେ ସାହାଯ୍ୟ କରେ। କିୱିକୁ ଆପଣ ଯେକୌଣସି ଋତୁରେ ଖାଇପାରିବେ।

ଡାଳିମ୍ବରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥାଏ। ବିଶେଷ କରି ପୁନିକାଲାଗିନ୍ ଏବଂ ଏନ୍ଥୋସିୟାନିନ୍‌ ଥାଏ, ଯାହାରକି କ୍ୟାନ୍ସର ନିରୋଧୀ ଗୁଣ ରହିଛି। ଡାଳିମ୍ବ ରକ୍ତ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ।

ଏ ​‌କ୍ଷେତ୍ରରେ​‌ ଆଭୋକାଡୋ ଖୁବ୍‌ ଉପକାରୀ। ଏଥିରେ ଶରୀର ପାଇଁ ଉପଯୋଗୀ ଫ୍ୟାଟ୍‌ ଥାଏ। ଏଥିରେ ବିଭିନ୍ନ ଭିଟାମିନ୍‌ ଏବଂ ମିନେରାଲ୍ସ ମଧ୍ୟ ଥାଏ, ଯାହା ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ।

କଦଳୀ ପୋଟାସିୟମ, ଭିଟାମିନ୍‌ ବି୬ ଓ ଡାଏଟାରୀ ଫାଇବରର ଏକ ଉତ୍ତମ ଉତ୍ସ। ଯଦିଓ ଏହା କର୍କଟ ରୋଗ ପ୍ରତିରୋଧ କରିବାରେ ବିଶେଷ ଭାବରେ ଜଡ଼ିତ ନୁହେଁ, କିନ୍ତୁ ସନ୍ତୁଳିତ ଖାଦ୍ୟରେ ସାମିଲ କରିବା ପାଇଁ ଏହା ଏକ ପୁଷ୍ଟିକର ଫଳ।

ଏସବୁ ଫଳ ବ୍ୟତୀତ ଆପଣ ସ୍ବାସ୍ଥ୍ୟକର ଖାଦ୍ୟ, ବ୍ୟାୟାମ ଓ ସଠିକ୍‌ ମାତ୍ରାରେ ଶୋଇବା ଦ୍ବାରା ଆପଣ ରୋଗକୁ ନିଜଠାରୁ ଦୂରେଇ ରଖିପାରିବେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories