www.samajalive.in
Saturday, December 6, 2025
19.1 C
Bhubaneswar

ସିଝା ମକା ଚଟପଟି ଫ୍ରାଏ

ଆବଶ୍ୟକ ସାମଗ୍ରୀ
ସିଝା ଆଳୁ – ୩ଟି
ସିଝା ମକା – ୧କପ
କୋରା ପନୀର – ୫୦ ଗ୍ରାମ
କର୍ଣ୍ଣଫ୍ଲୋର – ୨ଚାମଚ
କଟା କଞ୍ଚାଲଙ୍କା – ୨ଟି
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ୧ ଚାମଚରୁ ସାମାନ୍ୟ କମ
ଚିଜ ଖଣ୍ଡ – ୩ ରୁ ୪ଟି
ପେଷା ପାଉରୁଟିର ମାଟିଆ ଭାଗ – ୧କପ
ଚାଟ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ସିଝା ଆଳକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହି ଚକଟା ଆଳୁରେ କର୍ଣ୍ଣଫ୍ଲୋର, କୋରା ପନିର , ମକା ପକାନ୍ତୁ। ଏହାପରେ ଏଥିରେ କଞ୍ଚାଲଙ୍କା, ଧନିଆ ପତ୍ର, ଲୁଣ, ଗୋଲମରିଚ ଗୁଣ୍ଡ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସ ଲଗାଇ ପାତ୍ରରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ମଧ୍ୟରେ ଏହି ମିଶ୍ରଣରୁ ଛୋଟ ବଲ ଆକୃତିର କରି ଏହାର ମଧ୍ୟ ଭାଗକୁ ଖାଲ କରନ୍ତୁ। ଏହି ଖାଲ ମଧ୍ୟରେ ଚିଜ ଅଳ୍ପ ଚାଟ ମସଲାକୁ ରଖନ୍ତୁ ଓ ସମ୍ପୂର୍ଣ୍ଣ ବଲ ଆକୃତିର କରି ଦିଅନ୍ତୁ। ଏହି ବଲକୁ ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢି ଚଟଣି କିମ୍ବା ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories