ଡେସ୍କ: ମାଲେସିଆର ଶାହ ଆଲାମ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନସିପ୍ ୨୦୨୪ ଆଜିଠାରୁ ଆରମ୍ଭ ହୋଇଛି। ଚଳିତ ମାସ ୧୮ ତାରିଖରେ ଏହି ଦ୍ୱିବାର୍ଷିକ କାର୍ଯ୍ୟକ୍ରମ ସମାପନ ହେବ। ପୁରୁଷ ଦଳଗତ ଇଭେଣ୍ଟରେ ଆସନ୍ତାକାଲି ଭାରତ ପ୍ରଥମ ମ୍ୟାଚରେ ହଂକଂକୁ ଭେଟିବ।
ଏହି ଚାମ୍ପିୟନସିପର ବିଜେତାଙ୍କୁ ଥୋମାସ ଏବଂ ଉବର କପ୍ ପାଇଁ ଏସୀୟ ଯୋଗ୍ୟତା ପର୍ଯ୍ୟାୟ ଭାବେ ବିବେଚନା କରାଯିବ। ଚଳିତ ବର୍ଷ ଏପ୍ରିଲ ୨୮ରୁ ମେ ୫ ତାରିଖ ପର୍ଯ୍ୟନ୍ତ ଚୀନର ଚେଙ୍ଗଦୁଠାରେ ପୁରୁଷ ଓ ମହିଳା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନସିପ୍ ଅନୁଷ୍ଠିତ ହେବ।



