www.samajalive.in
Monday, December 8, 2025
14.1 C
Bhubaneswar

ଏହି ତାରିଖରେ ଆପଣଙ୍କ ଜନ୍ମ କି? ଜାଣନ୍ତୁ କେମିତି କଟିବ ବର୍ଷ ୨୦୨୪..

ଜ୍ୟୋତିଷ ଶାସ୍ତ୍ରରେ ଅଙ୍କର ମହତ୍ତ୍ୱ ରହିଛି। ଏହା ମଧ୍ୟ ଭବିଷ୍ୟ ଜାଣିବାର ଏକ ପ୍ରାଚୀନ ମାଧ୍ୟମ। ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୭,୧୬ ଓ ୨୫ ତାରିଖରେ ହୋଇଛି ସେମାନଙ୍କ ମୂଲ୍ୟାଙ୍କ ୭। ମୂଲ୍ୟାଙ୍କ ୭ର ସ୍ୱାମୀ ଗ୍ରହ କେତୁ ଅଟନ୍ତି।
ପଣ୍ଡିତଙ୍କ କହିବାନୁଯାୟୀ, ମୂଲ୍ୟାଙ୍କ ୭ ପାଇଁ ବର୍ଷ ୨୦୨୪ କାମକୁ ନେଇ ନୂଆ ସୁଯୋଗ ଆଣିବ। ଫଳରେ ଯେଉଁମାନଙ୍କର ମୂଲ୍ୟାଙ୍କ ୭ ସେମାନେ ନିଜ କାମ ପ୍ରତି ଅଧିକ ଆଗ୍ରହ ରଖିବେ। ନିଜ ପରିଶ୍ରମ ବଳରେ କାମରେ ସଫଳତା ହାସଲ କରିବେ। ବର୍ଷର ଶେଷ ବେଳକୁ ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରି ପାରନ୍ତି। ଯାହା ଆପଣଙ୍କ ପାଇଁ ଲାଭଙ୍କର। ଅଗଷ୍ଟ ପରେ ହଠାତ୍‌‌ ଟଙ୍କା ନେଣଦେଣରେ ସତର୍କତା ଅବଲମ୍ବନ କରନ୍ତୁ। ସେପ୍ଟେମ୍ବର ପରେ ବାହାରକୁ ଯିବାକୁ ଯୋଜନା କରିଥିଲେ, ସାବଧାନତାର ସହ ଯାନ ଚଲାନ୍ତୁ।
ଯେଉଁମାନଙ୍କ ମୂଲ୍ୟାଙ୍କ ୭ ସେମାନଙ୍କ ଫେବ୍ରୁଆରୀ ମାସରେ ଦକ୍ଷିଣ ଦିଗରୁ ଯାତ୍ରା କରି କିମ୍ବା ଦକ୍ଷିଣ ଦିଗରୁ ଆସୁଥିବା ଯେକୌଣସି ବ୍ୟକ୍ତିଙ୍କ ଠାରୁ ଆର୍ଥିକ ଲାଭ ମିଳିବ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବୈବାହିକ ଜୀବନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ।
ମାର୍ଚ୍ଚ ମାସରେ ଚାକିରିରେ ପଦନ୍ନୋତି କିମ୍ବା ବେତନ ବୃଦ୍ଧି ହୋଇପାରେ। ପରିବାରରେ ମହିଳାଙ୍କ ମଧ୍ୟରେ କଳହ ହୋଇପାରେ। ସାମାନ୍ୟ ଚିନ୍ତା ରହିପାରେ। ତେଣୁ ସମସ୍ତ କାର୍ଯ୍ୟରେ ଶାନ୍ତି ଓ ଧୈର୍ଯ୍ୟ ନିଶ୍ଚୟ ରଖନ୍ତୁ। ବ୍ୟବସାୟ କ୍ଷେତ୍ରରେ ଯାତ୍ରା କରି ପାରନ୍ତି, ଏହା ଲାଭଦାୟକ ହେବ। ବିବାହ ପାଇଁ ମଧ୍ୟ ମାସଟି ଶୁଭଙ୍କର। କର୍ମକ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖାଗଲେ ମଧ୍ୟ ଶୁଭଫଳ ମିଳିବ।
ଏପ୍ରିଲ ମାସରେ ବ୍ୟବସାୟରେ ଖୁବ୍‌‌ ଲାଭ ମିଳିବ। ବିବାହ ପାଇଁ ସମୟ ଶୁଭଙ୍କର। ବିବାହର ଯୋଗ ରହିଛି। କର୍ମକ୍ଷେତ୍ରରେ ସାମାନ୍ୟ ସମସ୍ୟା ଆସିପାରେ। ଜୀବନସାଥିଙ୍କ ସହ ମତଭେଦ ହୋଇପାରେ।
ମେ ମାସରେ ଚାକିରିରେ ବଡ ସୁଯୋଗ ଆସିବ। ଏଥିରେ ସଫଳତା ହାସଲ କରିବେ। ପ୍ରେମ କ୍ଷେତ୍ରରେ ଶୁଭ ସମାଚାର ମିଳିବ। ଆର୍ଥିକ ଦୃଷ୍ଟି କୋଣରୁ ସମୟ ଭଲ ରହିବା ସହ ଧନର ଆଗମନ ହେବ। ମେ ମାସର ଶେଷ ସପ୍ତାହରେ ହଠାତ୍‌‌ ଏକ ବଡ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିବ। ଗଭୀର ରୋଗ ନୁହେଁ ମାତ୍ର ଦୁର୍ଘଟଣା ହେବାର ଯୋଗ ରହିଛି।
ଜୁନ ମାସରେ କର୍ମକ୍ଷେତ୍ରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଆର୍ଥିକ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ମିଳିବ। ପ୍ରେମ ଓ ବୈବାହିକ ଜୀବନରେ ଭଲମନ୍ଦ ଉଭୟର ସାମ୍ନା କରିବାକୁ ପଡିପାରେ। ବେକରେ ଯନ୍ତ୍ରଣା ଓ ପାଚନ ଜନିତ ସମସ୍ୟା ଦେଖାଦେଇପାରେ।
ଜୁଲାଇ ମାସରେ ମାତା-ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଭବିଷ୍ୟକୁ ନେଇ ନୂଆ ଯୋଜନା କରିପାରନ୍ତି। ସନ୍ତାନଙ୍କ ପାଠପଢାକୁ ନେଇ ଚିନ୍ତିତ ହୋଇପାରନ୍ତି। ବନ୍ଧୁଙ୍କ ସହ ବାହାରକୁ ଭ୍ରମଣରେ ଯାଇ ପାରନ୍ତି। ଖର୍ଚ୍ଚାନ୍ତ ହେବେ।
ଅଗଷ୍ଟ ମାସରେ କର୍ମକ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ନିକଟରେ ଅଟକି ଥିବା ଧନ ପ୍ରାପ୍ତି ହେବ। ମୁଣ୍ଡ ବିନ୍ଧା ଓ ପାଚନ ଜନିତ ସମସ୍ୟା ହୋଇପାରେ।
ସେପ୍ଟେମ୍ବର ମାସରେ ପରିବାର ସହ ତୀର୍ଥ ଯାତ୍ରାରେ ଯାଇ ପାରନ୍ତି। ଘରର ସାଜସଜ୍ଜା ଜିନିଷ କିଣି ପାରିବେ। ପରିବାର ସଦସ୍ୟଙ୍କ ନିକଟରୁ ଶୁଭ ସମାଚାର ମିଳିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ।
ଅକ୍ଟୋବର ମାସରେ ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି, ତାଙ୍କୁ ସଫଳତା ମିଳିବ। ଟଙ୍କା ରୋଜଗାର ଦିଗରେ ପରିବର୍ତ୍ତନ ହୋଇପାରେ। ଏହି ମାସରେ କରିଥିବା ନିବେଶ ଦୀର୍ଘ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ଲାଭ ଦେବ। ତ୍ୱଚା ଜନିତ ସମସ୍ୟା ଦେଖାଦେଇପାରେ।
ନଭେମ୍ବର ମାସରେ ଅଧା ରହିଥିବା କାର୍ଯ୍ୟ ପୂରଣ ହେବ। ବିବାହ ପାଇଁ ଶୁଭ ସମୟ ରହିଛି। ଆର୍ଥିକ କ୍ଷେତ୍ରରେ ଲାଭ ମିଳିବା ସହ କରଜରୁ ମୁକ୍ତି ମିଳିବ। ମାନସମ୍ମାନ ବୃଦ୍ଧି ହେବ। ବନ୍ଧୁଙ୍କ ସହ ଉତ୍ତମ ସମ୍ପର୍କ ତାଙ୍କ ସାହାଯ୍ୟରେ କାମରେ ସଫଳତା ପାଇବେ। ଯାତ୍ରାରେ ଯିବା ସମ୍ଭାବନା ରହିଛି। ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ଡିସେମ୍ବର ମାସରେ ନିଜ କାମରେ ଅଧିକ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ। ବାହାର ଖାଦ୍ୟ ଅଧିକ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories