www.samajalive.in
Monday, December 15, 2025
24.1 C
Bhubaneswar

ଏକାମ୍ର ବାଟିକାର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ବର: ନୂତନ ଉଚ୍ଚ ବର୍ଗର ବିଦ୍ୟାଳୟ ଏକାମ୍ର ବାଟିକାର ଉଦ୍ଘାଟନୀ ଉତ୍ସବ ୧୯ ନଭେମ୍ବର ୨୦୨୨ରେ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବା ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। ବର୍ତମାନ ଏହା ପୂର୍ଣ ସଫଳତାର ସହ ଏକ ବର୍ଷରେ ପଦାର୍ପଣ କରିଛି। ଉତ୍କୃଷ୍ଟ ମାନର ଶିକ୍ଷା ସାଙ୍ଗକୁ ସୈଖିକ ବାତାବରଣ ନିମିତ୍ତ ଏହା ସର୍ବତ୍ର ଅଦୃତ ହୋଇ ପାରିଛି।ଶିଶୁ ମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ଦିଗଦର୍ଶନ ଦେବା ନିମନ୍ତେ ଏକାମ୍ର ବାଟିକା ଏକ ବିଶ୍ବସ୍ତରୀୟ ଚିନ୍ତାଧାରା ସହିତ ବିଶ୍ବବ୍ୟାପୀ ହେଉଥିବା ନାନା ପ୍ରକାର ଶିକ୍ଷା ପ୍ରଣାଳୀ ଓ ଗବେଷଣା ଦ୍ବାରା ପ୍ରସ୍ତୁତ ହୋଇଛି। ନିଜର ଅତ୍ୟାଧୁନିକ ପାଠ୍ୟକ୍ରମ ସହିତ ଛାତ୍ର କୈନ୍ଦ୍ରିକ ବ୍ୟବସ୍ଥା ଓ ପ୍ରଗତିଶୀଳ ଶିକ୍ଷା ବ୍ୟବସ୍ଥା ଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ବାଲ୍ୟାବସ୍ଥାରୁ ଗବେଷଣାତ୍ମକ ଏବଂ ଜୀବନ ପରିବର୍ତ୍ତନକାରୀ ଶିକ୍ଷାଦାନ ପାଇଁ ଉତ୍ସାହିତ କରେ।

ବାର୍ଷିକ ଉତ୍ସବ ପାଳନ ଅବସରରେ ଏକାମ୍ର ବାଟିକାର ଅଧ୍ୟକ୍ଷା ମେଘନା ସିଂହଦେଓ ନିଜର ଦୂରଦୃଷ୍ଟି ଏବଂ ଜୀବନ ଦର୍ଶନ ବିଷୟରେ ଆଲୋଚନା କରିଥିଲେ। ଦୃତ ଗତିରେ ଅଗ୍ରଗତି ଘଟୁଥିବା ସମାଜରେ ଯେଉଁଠି ସମସ୍ତେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଉପରେ ଧ୍ୟାନ ନିକ୍ଷେପ କରୁଛନ୍ତି, ଆମେ ନିଜ ପିଲା ମାନଙ୍କୁ ଜୀବନ ଯାତ୍ରାକୁ ଉପଭୋଗ କରିବା ସହ ଅଗ୍ରଗତି କରିବା ଦିଗରେ ଯତ୍ନବାନ ହେବାକୁ ଶିକ୍ଷା ଦେବାକୁ ଚେଷ୍ଟା କରିବୁ। ଆମେ ଛାତ୍ରଛାତ୍ରୀ ମାନଙ୍କୁ ଦୟାଳୁ, ପରୋପକାରୀ, ସଚ୍ଚୋଟ ଆଦି ଗୁଣର ଅଧିକାରୀ ହେବା ଦିଗରେ ଯତ୍ନବାନ ହେବୁ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଯୋଶୀ ମଧ୍ୟ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ। ଡାକ୍ତର ଯୋଶୀ ନିଜ ଜୀବନର ଅନେକ ବର୍ଷ ମଧ୍ୟରେ ନବଜାତ ଶିଶୁ ମାନଙ୍କ ଚିକିତ୍ସାରେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି। ଶିଶୁ ସ୍ୱାସ୍ଥ୍ୟ ଦିଗରେ ତାଙ୍କର ପରାମର୍ଶ ଉଭୟ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ଯଥେଷ୍ଟ ସାହାଯ୍ୟ କରିବ। ପ୍ରତ୍ୟେକ ଛାତ୍ର ନିଜ ମଧ୍ୟରେ ବିଶେଷ ଏବଂ ସମସ୍ତ ଛାତ୍ର ଏକ ବିଶେଷ ଭାବେ ଗଢା ଯିବା ଆବଶ୍ୟକ ଯାହା ଦ୍ବାରା ସେମାନେ ନିଜ ଜୀବନରେ ଯଥେଷ୍ଟ ଆଗକୁ ବଢି ପାରିବେ । ବର୍ତମାନ ପ୍ରାରମ୍ଭ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ସହିତ ଆଗାମୀ ଶିକ୍ଷାବର୍ଷ ଓ ପ୍ଲେ ଗ୍ରୁପ ୨୦୨୪-୨୫ ପାଇଁ ଆବେଦନପତ୍ର ଗ୍ରହଣ କରାଯାଉଛି।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories