www.samajalive.in
Monday, December 8, 2025
14.1 C
Bhubaneswar

ଶୋଇକି ମୋଟର ସାଇକେଲ ଚଲାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଉଡିବ ହୋସ୍

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ହସର ଖୋରାକ ଯୋଗାଇଥାଏ ତ ଆଉ କିଛି ଭିଡିଓ ସମସ୍ତଙ୍କୁ ଚକିତ କରିଥାଏ । ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ଚକିତ କରୁଛି । ଭିଡିଓରେ ଜଣେ ବ୍ୟକ୍ତି ନଜର ଆସୁଛନ୍ତି ଯିଏ କି ରାସ୍ତାରେ ବାଇକ ଚଲାଉଛନ୍ତି କିନ୍ତୁ ଗୋଡରେ । ହାତରେ ସେ ମୋବାଇଲ ଧରିଛନ୍ତି ।

ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡିଓର ଆରମ୍ଭରେ ଆପଣ ଦେଖିପାରିବେ କି ଜଣେ ବ୍ୟକ୍ତି ମୋଟରସାଇକେଲରେ ଶୋଇଛନ୍ତି ଏବଂ ନିଜ ଗୋଡରେ ମୋଟରସାଇକେଲ ଚଲାଉଛନ୍ତି । ଭିଡିଓର ଆଗକୁ ନଜର ଆସୁଛି କି ଗାଡିଟି ଅଳ୍ପକେ ଏକ ଟ୍ରକ୍ ସହିତ ପିଟି ହେବାରୁ ରକ୍ଷା ପାଇଯାଉଛି । ଏହା ସହିତ ବ୍ୟକ୍ତି ଜଣକ ଭିଡିଓରେ ନିଜ ଫୋନ୍ ଚଳାଉଥିବା ମଧ୍ୟ ନଜର ଆସୁଛି ।

- Advertisement -

 

ଭିଡିଓଟି ୨୪ ଜାନୁାୟାରୀରେ ସେୟାର କରାଯାଇଥିଲା । ସେବେଠୁ ଏହା ୨.୯ ମିଲିୟନରୁ ଅଧିକ ଥର ଦେଖାଯାଇଛି ଏବଂ ଏହା ଏବେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏଥିରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories