www.samajalive.in
Monday, December 15, 2025
26.1 C
Bhubaneswar

ଧାମରାରେ ୯ କୋଟି ଟଙ୍କାର ବସଷ୍ଟାଣ୍ଡ, ଲୋକାର୍ପଣ କେବେ ?

ଧାମରା : ଧାମରାରେ ୨୦୨୪ ମସିହାରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ଲୋକାର୍ପଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବହୁ ବାଦାନୁବାଦ ପରେ ଧାମରାରେ ଥିବା ୩୩୪ ଏବଂ ୩୩୬ ପ୍ଲଟରେ ୫ଏକର ପରିମିତ ସ୍ଥାନରେ ଏହି ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୪.୫ କୋଟି ପରେ ଦ୍ୱିତୀୟ ପର୍ଯ୍ୟାୟରେ ୫କୋଟି ବ୍ୟୟ ବରାଦରେ ଏହା ନିର୍ମାଣ କରାଯାଇଥିଲା । ଦୀର୍ଘ ୧ବର୍ଷ ହେବ ଏହି ବସଷ୍ଟାଣ୍ଡ ନିର୍ମାଣ ହୋଇ ସାରିଥିଲେ ମଧ୍ୟ ସଂପୃକ୍ତ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ପାଇଁ ଏହାକୁ ଓଏସଆରଟିସିକୁ ହସ୍ତାନ୍ତର କରିବାରେ ବିଳମ୍ବ ହୋଇଥିଲା । ହସ୍ତାନ୍ତର ପୂର୍ବରୁ ବସଷ୍ଟାଣ୍ଡ ପାଇଁ ନିର୍ମାଣ ହୋଇଥିବା ପାଚେରୀରେ ବହୁ ସ୍ଥାନରେ ଫାଟ ଦେଖା ଯାଇଥିଲା । ମାତ୍ର ସଂପୃକ୍ତ ଠିକାଦାର ଏହାକୁ ରାତି ଅଧିଆ ଯେନତେନ ପ୍ରକାର ପ୍ୟାଚ ପକାଇ ରଙ୍ଗ ମାଖି ଦେଇଥିଲେ । ପୁନଶ୍ଚ ରାଜ୍ୟରେ ବିଜେଡି ସରକାରର ପତନ ଘଟିବା ପରେ ବିଜେପି ରାଜ୍ୟରେ ସରକାର ଗଢିଥିଲା । ସମସ୍ତ ଆଶା ରଖିଥିଲେ ବିଜେପି ସରକାର ଆସିବା ପରେ ଧାମରାରେ ବସଷ୍ଟାଣ୍ଡ ଲୋକାର୍ପିତ ହେବ ବୋଲି ମାତ୍ର ଏହି ବସଷ୍ଟାଣ୍ଡର ରଙ୍ଗ ବିଜେଡି ସମୟରେ ସବୁଜ ହୋଇଥିବା ବେଳେ ବିଜେପି ସରକାର ଆସିବା ପରେ ଏହା ଗେରୁଆ ରଙ୍ଗରେ ରଙ୍ଗେଇ ହେଲା  । ମାତ୍ର କଥା ଏଇଠି ସରିଲା ନାହିଁ ପୁନଶ୍ଚ ଅଂଚଳବାସୀ ଏହି ବସଷ୍ଟାଣ୍ଡ କାର୍ଯ୍ୟ ନିମ୍ନ ମାନର ବୋଲି ଅଭିଯୋଗ ଆଣିଲେ ଏବଂ ଏହା ପୁଣି ବାଣିଜ୍ୟ ବିଭାଗ ସଚିବଙ୍କ ନିକଟରେ ମାତ୍ର ବାଣିଜ୍ୟ ବିଭାଗ ସଚିବଙ୍କ ନିର୍ଦେଶରେ ଏହାର ତଦନ୍ତ ହେବ ବୋଲି ଅଭିଯୋଗକାରୀମାନଙ୍କୁ ଅବଗତ କରାଯାଇଥିଲା । ଦୀର୍ଘ ୧ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ତଦନ୍ତ ନାଲିଫିତା ତଳେ ରହିଯାଇଛି । ଅନ୍ୟ ପକ୍ଷରେ ସଂପୃକ୍ତ ଠିକାଦାର ଓଏସଆରଟିସି କୁ ଏହି ବସଷ୍ଟାଣ୍ଡ ହସ୍ତାନ୍ତର କରିସାରିଛି । ଦୀର୍ଘ ୮ମାସ ହେବ ଏହି ବସଷ୍ଟାଣ୍ଡ ହସ୍ତାନ୍ତର ହୋଇଥିଲେ ମଧ୍ୟ ସଂପୃକ୍ତ ବସଷ୍ଟାଣ୍ଡଟି ଲୋକାର୍ପିତ ହୋଇପାରୁନାହିଁ । ଧାମରାରୁ ଦୈନଦିନ ଶହ ଶହ ସଂଖାରେ ଯାତ୍ରୀ ଭଦ୍ରକ, କଟକ ,ଭୂବନେଶ୍ୱର, ରାଉରକେଲା, ବାଲେଶ୍ୱର କୋଲକାତା ,କାନ୍ଥି ଆଦି ସ୍ଥାନକୁ ଯାତାୟତ କରୁଥିବା ବେଳେ ବହୁ ଆନ୍ତରାଜ୍ୟ ବସ ମଧ୍ୟ ଯାତାୟତ କରୁଛି । ଏହି ବସ ଗୁଡିକର ସଂଖ୍ୟା ୨୫ରୁ ଉର୍ଦ୍ଧ ହୋଇଥିବା ବେଳେ କିଛି ବସ ଧାମରା ରାସ୍ତା ପାଖରେ ଏବଂ କିଛି ବସ ଆଦାନୀ ବନ୍ଦର ଗେଟ ପାଖରେ ତ ଆଉ କିଛି ବସ ଗୁଡିକ ରାତ୍ରି ସମୟରେ ଚନ୍ଦନୀପାଳ ପ୍ରତିରକ୍ଷା ଘାଟି ନିକଟରେ ରହୁଥିବା ଦୃଷ୍ଟି ଗୋଚର ହେଉଛି । ତୁରନ୍ତ ଏହି ବସଷ୍ଟାଣ୍ଡ ଲୋକାର୍ପିତ ହୋଇ ପାରିଲେ ସମସ୍ତ ସମସ୍ୟାର ସମାଧାନ ହେବା ସହ ଧାମରା ବସଷ୍ଟାଣ୍ଡରୁ ସମସ୍ତ ବସ ଆତଯାତ ହେବା ସହ ସମସ୍ତ ଯାତ୍ରୀ ମାନଙ୍କର ଯାତାୟତ ସମସ୍ୟା ଦୂରୀଭୂତ ହୋଇ ପାରନ୍ତା । ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories