www.samajalive.in
Monday, December 15, 2025
24.1 C
Bhubaneswar

ରାସ୍ତା ଉପରେ ଯୁବକଙ୍କୁ ପୁଲିସର ନିସ୍ତୁକ ମାଡ, ଭିଡିଓ ଭାଇରାଲ

ପିପିଲି : ପିପିଲି ଥାନା ଅନ୍ତର୍ଗତ ଅକ୍‍ଟ୍ରାଇ ଛକଠାରେ ଜଣେ ଯୁବକକୁ ପୁଲିସ ସର୍ବସାଧାରଣରେ ରାସ୍ତା ଉପରେ ନିସ୍ତୁକ ମାଡ ମାରୁଥିବାର ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ବେଳେ ସାମାଜିକ ଗଣମାଧ୍ୟମରେ ତାହା ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ପିପିଲିରେ ଚର୍ଚ୍ଚା ଜୋର ଧରିଛି । ଏହାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି । ଘଟଣାଟି ଘଟିଛି ପିପିଲି-ଜଟଣୀ ରାସ୍ତାର ଅକ୍‍ଟ୍ରାଇ ଛକସ୍ଥିତ ଏକ ହାର୍ଡୱାର ଷ୍ଟୋର ନିକଟରେ । ରାତି ସମୟରେ ଜଣେ ଯୁବକକୁ ୨ଜଣ ପୁଲିସ କର୍ମଚାରୀ ଗାମୁଛାରେ ବାନ୍ଧି ଟାଣି ଟାଣି ଆଣୁଥିବାବେଳେ ଜଣେ ପୁଲିସ ଏଏସ୍‍ଆଇ ଏକ ବାଡିରେ ଉକ୍ତ ବ୍ୟକ୍ତିର ଗୋଡ ଓ ହାତକୁ ନିସ୍ତୁକ ମାଡ ମାରୁଥିବାର ଦୃଶ୍ୟ ସେଠାରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଥିଲା ।

ଏହି ଘଟଣାଟି ଗତ ୫ ତାରିଖ ରାତିରେ ଘଟିଥିବାର କୁହାଯାଉଛି । ମାଡ ମରାଯାଉଥିବା ଯୁବକର ଘର ନିକଟବର୍ତ୍ତୀ ହସନପୁର ଗ୍ରାମରେ ହୋଇଥିବା ଜଣାଯାଇଛି । ଏସଂପର୍କରେ ପିପିଲି ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟଙ୍କୁ ପଚାରିବାରୁ ଉକ୍ତ ମାଡମରା ଘଟଣା ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନଥିବା ସେ କହିଛନ୍ତି । ଆଇଆଇସି ଶ୍ରୀଖଣ୍ଡାୟତରାୟଙ୍କ କହିବା ଅନୁଯାୟୀ, ହସନପୁର ଅଞ୍ଚଳର ପାକୁନି ପ୍ରଧାନ ନାମକ ଜଣେ ଯୁବକ ଗତ ୫ ତାରିଖ ଅପରାହ୍ନରେ ନିକଟବର୍ତ୍ତୀ ଏକ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ନେଇ ଆତଙ୍କ ସୃଷ୍ଟି କରିଥିଲା ।

- Advertisement -

ଉକ୍ତ ପେଟ୍ରୋଲ ଟାଙ୍କିର କର୍ମଚାରୀଙ୍କୁ ସେ ମାଡ ମାରିବା ସହ ଅଫିସର କମ୍ପ୍ୟୁଟର କିପ୍ୟାଡ୍‍ ଓ ଅନ୍ୟାନ୍ୟ ଆସବାବପତ୍ର ଭଙ୍ଗାରୁଜା କରିଥିବା ନେଇ ଉକ୍ତ ଟାଙ୍କିର ମାଲିକ ପ୍ରଶାନ୍ତ କୁମାର ସାହୁ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଭିଯୁକ୍ତକୁ କାବୁ କରିବାକୁ ଉଦ୍ୟମ କରିଥିବାବେଳେ ସେ ପୁଲିସକୁ ମଧ୍ୟ ଆକ୍ରମଣ କରିଥିବା ସମ୍ପର୍କରେ ଆଇଆଇସି ସୂଚନା ଦେଇଛନ୍ତି । ପେଟ୍ରୋଲ ଟାଙ୍କିର ମାଲିକଙ୍କ ଅଭିଯୋଗକୁ ଭିତ୍ତି କରି ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତ ପାକୁନିକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସମ୍ପର୍କରେ ପୁଲିସ ସୂଚନା ଦେଇଛି ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories