www.samajalive.in
Friday, December 12, 2025
15.1 C
Bhubaneswar

ଭିକ୍ଷା ମାଗି ବୁଲୁଛନ୍ତି ଅସହାୟ ଦିବ୍ୟାଙ୍ଗ ବୃଦ୍ଧା, ସରକାରଙ୍କଠୁ ଚାହୁଁଛନ୍ତି ସହାୟତା

ରେଙ୍ଗାଲି : ସରକାର ଗରିବ ଦିବ୍ୟାଙ୍ଗ ଅସହାୟମାନଙ୍କୁ ସହାୟତା ଓ ଥଇଥାନ ପାଇଁ ଅନେକ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିପାଇଁ ଅଜସ୍ର ଟଙ୍କା ବି ଖର୍ଚ୍ଚ ହେଉଛି। ତେବେ ବିଡମ୍ବନାର ବିଷୟ ଯେ ତୃଣମୂଳ ସ୍ତରରେ ଥିବା ଅଧିକାରୀ ଜନ ପ୍ରତିନିଧିମାନଙ୍କ ଉଦାସୀନତା ଯୋଗୁଁ ଅନେକ ଅସହାୟ ଦିବ୍ୟାଙ୍ଗ ଉପଯୁକ୍ତ ସରକାରୀ ସହାୟତା ଓ ଆବଶ୍ୟକ ଥଇଥାନରୁ ବଞ୍ଚିତ ହୋଇ ଦୟନୀୟ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଅବସ୍ଥାରେ ବହୁ କଷ୍ଟରେ ଜୀବନ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବା ଭିନ୍ନକ୍ଷମ ହେଉଛନ୍ତି ଗୁଞ୍ଜ ରୋହିଦାସ ।

ସମ୍ବଲପୁର ଜିଲ୍ଲା, ରେଙ୍ଗାଲି ବ୍ଲକ ସାଲଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଶିପାଲି ଗ୍ରାମର ବାସିନ୍ଦା ଅଟନ୍ତି ଗୁଞ୍ଜ ରୋହିଦାସ । ଜମି ବାଡି କିଛି ନାହିଁ। ସ୍ବାମୀ କେବେ ଠାରୁ ଆରପାରିକୁ ଚାଲିଗଲେଣି। ପୁଅ ବାହା ହେଲା ପରେ ରୋଗାକ୍ରାନ୍ତ ହୋଇ ମା  ଗୁଞ୍ଜକୁ ଏକା ଛାଡି ଦେଇ ସ୍ତ୍ରୀକୁ ଧରି ଶଶୁର ଘରେ ରହୁଛି। ଗୁଞ୍ଜ ରୋହିଦାସ ଭଙ୍ଗା କୁଡିଆରେ ଏକାକୀ ନିଃସଙ୍ଗ ଜୀବନ ଅତିବାହିତ କରୁଛନ୍ତି । ସରକାରଙ୍କଠାରୁ ମୁଣ୍ଡ ପିଛା ୫କି.ଗ୍ରା.ଚାଉଳ ଓ ୫୦୦ ଟଙ୍କା ଭତ୍ତା ପାଉଛନ୍ତି।  ଏହି ସହାୟତା  ତାଙ୍କ ପାଇଁ ନିଅଣ୍ଟ ବେଉଛି ବୋଲି କୁହନ୍ତି ଗୁଞ୍ଜ । ଖାଦ୍ୟାଭାବ ହେତୁ ସେ ଭିକ୍ଷା ବୃତ୍ତି କରିବାକୁ ବାଧ୍ୟ ହେଉଛନ୍ତି। ଭିକ୍ଷା ମାଗି ଜୀବନ ଧାରଣ କରିବା ଛଡା ଆଉ ଅନ୍ୟ ରାସ୍ତା ନାହିଁ ତାଙ୍କ ପାଇଁ।  ତାଙ୍କୁ ଏକ ତିନି ଚକିଆ ସାଇକେଲ, ମାସକୁ ୩୫ କି.ଗ୍ରା.ଚାଉଳ, ଏକ ବାସପଯୋଗୀ ଗୃହ ସହିତ ସମସ୍ତ ପ୍ରକାର ସୁବିଧା ଦିଆଯାଉ ବୋଲି ଆକୁଳ ନିବେଦନ କରିଛନ୍ତି ଗୁଞ୍ଜ । ଜିଲ୍ଲା ପ୍ରଶାସନ ଓ  ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ଦେଇ ଗୁଞ୍ଜ ରୋହିଦାସଙ୍କୁ ଉପଯୁକ୍ତ ଥଇଥାନ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories