www.samajalive.in
Saturday, December 6, 2025
14.1 C
Bhubaneswar

ପଶୁସମ୍ପଦ ଯୋଜନାରେ ୧୦ ବର୍ଷରେ ରାଜ୍ୟକୁ ମିଳିଛି ୫୪୮ କୋଟିରୁ ଅଧିକ ଅର୍ଥ

ଡେସ୍କ: କେନ୍ଦ୍ର ସରକାର ଓଡିଶାକୁ ପଶୁସମ୍ପଦ ସମ୍ପର୍କିତ ବିଭିନ୍ନ ଯୋଜନାରେ ୧୦ବର୍ଷରେ ୫୪୮ କୋଟିରୁ ଅଧିକ ଅର୍ଥ ପ୍ରଦାନ କରିଥିବା ଜଣାପଡିଛି। ଆଜି ଲୋକସଭାରେ ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା ଏହା କହିଛନ୍ତି। ସାଂସଦ ଶ୍ରୀ ପଣ୍ଡା କଳାହାଣ୍ଡି ଓ ନୂଆପଡା ସମେତ ଓଡିଶାକୁ ଗତ ୯ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନାରେ ଯୋଗାଇ ଦେଇଥିବା ସହାୟତା ଏବଂ ଏଥିରୁ ଲାଭାନ୍ଵିତ ହୋଇଥିବା ହିତାଧିକାରୀଙ୍କ ସଂଖ୍ୟା ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ।

ପରୀ ହତ୍ୟା ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌

- Advertisement -

ଏ ନେଇ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ସମେତ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଦାନ କରିଥିବା ଆର୍ଥିକ ସହାୟତାର ବିବରଣୀ ଉପସ୍ଥାପନ କରିଛନ୍ତି। ସୂଚନା ଅନୁଯାୟୀ, ରାଷ୍ଟ୍ରୀୟ ଗୋକୁଳ ମିଶନ, ଜାତୀୟ ପଶୁସମ୍ପଦ ଅଭିଯାନ, ପଶୁସମ୍ପଦ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ, ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଓ ନୀଳ କ୍ରାନ୍ତି ମିଶନରେ କେନ୍ଦ୍ର ସରକାର ୨୦୧୪-୧୫ରୁ ୨୦୨୩ -୨୪ ମଧ୍ୟରେ ୫୪୮ କୋଟିରୁ ଅଧିକ ଅର୍ଥ ପ୍ରଦାନ କରିଛନ୍ତି।

ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧୀନରେ ୭୬୪୬.୨୭ ଲକ୍ଷ, ଜାତୀୟ ପଶୁସମ୍ପଦ ଅଭିଯାନ ଅଧୀନରେ ୪୧୧୫.୪୩ ଲକ୍ଷ, ପଶୁସମ୍ପଦ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ ଅଧୀନରେ ୧୨୬୨୪.୯୭, ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୪୮୨୪.୧୦ ଲକ୍ଷ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ୧୯୧୯୫ ଲକ୍ଷ ଓ ନୀଳ କ୍ରାନ୍ତି ମିଶନ ଅଧୀନରେ ୬୪୯୪.୦୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ଭୁଲ୍‌‌ରେ ମଧ୍ୟ ଏସବୁ କରନ୍ତୁ ନାହିଁ ଦାନ: ନଚେତ୍‌‌..

ଏହି ଅବଧି ମଧ୍ୟରେ ଜାତୀୟ ପଶୁସମ୍ପଦ ମିଶନ ଯୋଜନା ଅଧୀନରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ଓଡ଼ିଶାର ୫୭ ହଜାର ୭୪୯ ଜଣ ହିତାଧିକାରୀ ଲାଭାନ୍ଵିତ ହୋଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଓ ନୀଳ କ୍ରାନ୍ତି ମିଶନ ଅଧୀନରେ ୬୫ ହଜାର ୨୧୧ ଜଣ ହିତାଧିକାରୀ ଲାଭାନ୍ଵିତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories