www.samajalive.in
Saturday, December 6, 2025
17.1 C
Bhubaneswar

ସାଇବେଣୀଙ୍କ ଗୁହାରୀ ଶୁଣିବ କିଏ? ସ୍ୱାମୀ ଓ ପୁଅକୁ ହରାଇ ସମ୍ପୂର୍ଣ୍ଣ ଅସହାୟ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ଉପରସାଜା ଗାଁରେ ବାସ କରନ୍ତି ସାଇବେଣୀ ମିଣିଆକା। ସ୍ବାମୀ ଓ ପୁଅକୁ ହରାଇ ଏବେ ସେ ସମ୍ପୂର୍ଣ୍ଣ ଅସହାୟ। କିଛି ମାସ ତଳେ ଗାଁ ପାଖ ନାଳରେ ନିର୍ମାଣାଧିନ କଲଭର୍ଟ ତଳେ ଗାଧୋଉଥିବା ବେଳେ ତାହା ଭୁସୁଡି ପଡ଼ିବା ଫଳରେ ସ୍ୱାମୀ ଲକ୍ଷ୍ମୀଧର ମିଣିଆକାଙ୍କ ସହ ପୁଅକୁ ହରାଇ ହରାଇଛନ୍ତି। ସ୍ବାମୀ ଓ ପୁଅକୁ ଝୁରି ଝୁରି ଆଖିରୁ ଲୁହ ସୁଖୁନି।

ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀମାନେ ଆସିଲେ, ଆଉ ପ୍ରତିଶ୍ରୁତି ଦେଇ ପରେ ଭୁଲିଗଲେ। ଆଜି ମୁଁ ଏକୁଟିଆ ହୋଇପଡିଛି, ସରକାରଙ୍କ ତରଫରୁ ଘର ଖଣ୍ଡେ ଦେବି କହି ଠକି ଦେଲେ ବୋଲି ସାଇବେଣୀ ମିଣିଆକା ଅଭିଯୋଗ କରିଛନ୍ତି। ଭଙ୍ଗା କୁଢ଼ିଆରେ ଦିନ କାଟୁଛି କେବେ କଣ ମିଳିଲେ ଖାଉଛି ନଚେତ ପେଟ ଉପରେ ଓଦା ଲୁଗା ଦେଇ ଶୋଇ ପଡୁଛି। ସରକାର ୪ ଲକ୍ଷ ୫୦ ହଜାର ଟଙ୍କା ଦେଲେ, ହେଲେ ସେ ଟଙ୍କା ମୋର କ’ଣ ହେବ। ମୋ ସ୍ୱାମୀ, ପୁଅ ପାଖରେ ନାହାନ୍ତି ସେ ଟଙ୍କା ମୁଁ କଣ କରିବି ବୋଲି ସାଇବେଣୀ କହିଛନ୍ତି। ଯଦି ମାତେ ସରକାର ଘର ଖଣ୍ଡେ ଦେବେ, ତେବେ ମୁଁ ଶାନ୍ତିରେ ରହିପାରିବି ବୋଲି କୋହ ଭରା କଣ୍ଠରେ ସେ କହିଛନ୍ତି। ବର୍ତ୍ତମାନ ଏହି ବେସାହାରା ଆଦିବାସୀ ସାଇବେଣୀଙ୍କ ପ୍ରତି ସରକାର ଦୃଷ୍ଟି ଦେଇ ଘର ଖଣ୍ଡେ ଦେବା ପାଇଁ ଅଞ୍ଚଳବାସୀ ମଧ୍ୟ ଦାବି କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories