www.samajalive.in
Saturday, December 6, 2025
26.1 C
Bhubaneswar

ଭୁଲ୍‌‌ରେ ମଧ୍ୟ ଏସବୁ କରନ୍ତୁ ନାହିଁ ଦାନ: ନଚେତ୍‌‌..

ଦାନ ଦେବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ମାତ୍ର ଏପରି କେତେକ ଜିନିଷ ରହିଛି,ଯାହାକୁ ଦାନ କରିବା ଦ୍ୱାରା ଦୁର୍ଭାଗ୍ୟ ମାଡି ଆସିଥାଏ ବୋଲି କୁହାଯାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ସହ ଟଙ୍କାର ଅଭାବ ଲାଗି ରହିଥାଏ। ବାସ୍ତୁ ଶାସ୍ତ୍ରରେ ଏପରି କେତେକ ଜିନିଷ ରହିଛି, ଯାହାକୁ ଦାନ କରିବା ଦ୍ୱାରା କ୍ଷତି ହୋଇଥାଏ।
ବାସ୍ତୁ ଅନୁଯାୟୀ, ଏସବୁ ଦାନ କରିବା ଦ୍ୱାରା ଘରୁ ଖୁସି ପଳାଇଥାଏ।
ବାସ୍ତୁ ଅନୁଯାୟୀ, କଦାପି କାହାରିକୁ ମଧ୍ୟ ବ୍ୟବହାର ହୋଇଥିବା ତେଲ ଦିଅନ୍ତୁ ନାହିଁ। ଏହାଦ୍ୱାରା ଶନିଦେବତା କ୍ରୋଧିତ ହୋଇଥାଆନ୍ତି।
ଶନିଦେବ ଅସନ୍ତୁଷ୍ଟ ହେବା ଦ୍ୱାରା ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ସେହିପରି ଝାଡୁକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ଝାଡୁକୁ କଦାପି ଦାନ ଦିଅନ୍ତୁ ନାହିଁ।
ଝାଡୁ ଦାନ କରିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଏହାଦ୍ୱାରା ସବୁବେଳେ ଅଭାବ ଲାଗି ରହିଥାଏ। ଘରେ ଆର୍ଥିକ ସମସ୍ୟା ସହ ଅଶାନ୍ତି ଲାଗି ରହିଥାଏ।
ସେହିପରି ସନ୍ଧ୍ୟା ସମୟରେ କଦାପି ଲୁଣ, କ୍ଷୀର ଓ ଦହି ଦାନ କରିବା ଉଚିତ୍‌‌ ନୁହେଁ। ଏହି ଅଭ୍ୟାସ କାଙ୍ଗାଳ କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories