www.samajalive.in
Friday, December 5, 2025
17.1 C
Bhubaneswar

ମସ୍କଙ୍କଠାରୁ ନଂ୧ ମୁକୁଟ ଛଡ଼ାଇ ନେବେ କି ଜେଫ୍‌ ବେଜୋସ୍‌ ?

ନୂଆଦିଲ୍ଲୀ: ବିଶ୍ବର କୋଟିପତିମାନଙ୍କ ତାଲିକାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ୧ ନମ୍ବର କୋଟିପତି ମୁକୁଟ ହରାଇ ପାରନ୍ତି ଏଲନ ମସ୍କ। ଜେଫ୍‌ ବେଜୋସ୍‌ ପୁଣି ଥରେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ସାଜିବାକୁ ଆଉ ମାତ୍ର ୫ ବିଲିୟନ ଡଲାର ଦୂରରେ ଅଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଏଲନ ମସ୍କ ଏବେ ୨୦୦ ବିଲିୟନ ଡଲାରର ମୋଟ୍‌ ସମ୍ପତ୍ତି ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜେଫ୍‌ ବେଜୋସ୍‌ ଦ୍ବିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ମୋଟ୍‌ ସମ୍ପତ୍ତି ୧୯୫ ବିଲିୟନ ଡଲାରରେ ପହଞ୍ଚିଛି।

ଧନ ହରାଇଥିବା ବିଲିୟନେୟାରଙ୍କ ମଧ୍ୟରେ ମସ୍କ ୧ ନମ୍ବର:

- Advertisement -

ଚଳିତ ବର୍ଷ ଏଲନ୍ ମସ୍କଙ୍କ ସମ୍ପତ୍ତି ୨୯.୯ ବିଲିୟନ ଡଲାର ହ୍ରାସ ପାଇଛି। ୨୦୨୪ ମସିହାରେ ଧନ ହରାଇଥିବା କୋଟିପତିଙ୍କ ମଧ୍ୟରେ ମସ୍କ ୧ ନମ୍ବର ସ୍ଥାନରେ ଅଛନ୍ତି। ତେବେ କୋଟିପତିମାନଙ୍କ ସମ୍ପତ୍ତିର ଏକ ବଡ଼ ଅଂଶ ସେମାନଙ୍କ କମ୍ପାନୀର ଶେୟାରରୁ ଆସିଥାଏ। ଶେୟାର ଖସିଲେ ସମ୍ପତ୍ତି କମେ ଏବଂ ଶେୟାର ବଢିଲେ ଏହା ବୃଦ୍ଧି ପାଇଥାଏ। ଚଳିତ ବର୍ଷ ମସ୍କଙ୍କ କମ୍ପାନୀ ଟେସ୍‌ଲାର ଶେୟାର ଏପର୍ଯ୍ୟନ୍ତ ୨୭ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଏହା ମସ୍କଙ୍କ ସମ୍ପତ୍ତି ଉପରେ ଏଭଳି ପ୍ରଭାବ ପକାଇଲା ଯେ, ଗତ ବର୍ଷ ମସ୍କ ଧନ ଅର୍ଜନ କରିବାରେ ଶୀର୍ଷରେ ଥିବାବେଳେ ଆଜି ସେ ସମ୍ପତ୍ତି ହରାଇବାରେ ଶୀର୍ଷରେ।

ମେଟା ପ୍ଲାଟଫର୍ମର ଶେୟାର ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଏହି କାରଣରୁ ଏଥର ଫେସବୁକ୍‌ର ସିଇଓ ମାର୍କ ଜୁକରବର୍ଗ ଆୟରେ ୧ ନମ୍ବରରେ ଅଛନ୍ତି। ଜୁକରବର୍ଗ ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୬.୯ ବିଲିୟନ ଡଲାର ଆୟ କରି ଚଳିତ ବର୍ଷର ଆୟ କ୍ଷେତ୍ରରେ ଶୀର୍ଷରେ ଅଛନ୍ତି। ଜେଫ୍‌ ବେଜୋସ୍‌ ତାଙ୍କର ପ୍ରାୟ ଅଧା ୧୮.୪ ବିଲିୟନ ଡଲାର ଆୟ କରିଛନ୍ତି।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories