www.samajalive.in
Monday, December 15, 2025
26.1 C
Bhubaneswar

୨୦୨୩ରେ ସାଇବର ଠକେଇରୁ ଉଦ୍ଧାର ହୋଇଛି ୯୨୨ କୋଟିରୁ ଅଧିକ, ୩.୨ ଲକ୍ଷ ସିମ କାର୍ଡ ଅଚଳ

ଡେସ୍କ: ସିଟିଜେନ୍ ଫାଇନାନ୍ସିଆଲ୍ ସାଇବର ଫ୍ରଡ୍ ରିପୋର୍ଟିଂ ଆଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ୍ ଆରମ୍ଭ ହେବା ପରଠାରୁ ୪.୭ ଲକ୍ଷ ଅଭିଯୋଗ ଆସିଛି ଏବଂ ସେଥି ମଧ୍ୟରୁ ୧୨୦୦ କୋଟିରୁ ଅଧିକ ଟଙ୍କା ଉଦ୍ଧାର ହୋଇଥିବା ଆଜି ଲୋକସଭାରେ ଏକ ଉତ୍ତରରୁ ଜଣାପଡିଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅନ୍ୟମାନଙ୍କ ବେନିୟମ ୱେବସାଇଟ ଓ ଆର୍ଥିକ ଠକେଇ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଗୃହ ମନ୍ତ୍ରାଳୟ ରାଷ୍ଟ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରା ଏହା କହିଛନ୍ତି।

ପଶୁସମ୍ପଦ ଯୋଜନାରେ ୧୦ ବର୍ଷରେ ରାଜ୍ୟକୁ ମିଳିଛି ୫୪୮ କୋଟିରୁ ଅଧିକ ଅର୍ଥ

- Advertisement -

ସେ କହିଛନ୍ତି ୨୦୨୩ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ସାରା ଦେଶରୁ ୧୧ ଲକ୍ଷ ୨୮ ହଜାର ୨୫୫ଟି ସାଇବର ଠକେଇ ଅଭିଯୋଗ ତାଲିକାଭୁକ୍ତ ହୋଇଥିବା ବେଳେ ସେଥି ମଧ୍ୟରୁ ୩ ଲକ୍ଷ ୧୯ ହଜାର ୭୯୯ଟି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୯୨୨ କୋଟିରୁ ଅଧିକ ଟଙ୍କା ସାଇବର ଠକଙ୍କ ଠାରୁ ଉଦ୍ଧାର କରାଯାଇଛି।

ସେ କହିଛନ୍ତି, ମୁକ ଜରିଆରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୭୬ ହଜାର ପୁଲିସ କର୍ମୀଙ୍କୁ ସାଇବର ଅପରାଧ ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ୫୩ ହଜାର ପ୍ରମାଣପତ୍ର ଦିଆଯାଇଛି। ଏହାଛଡା ୩.୨ ଲକ୍ଷ ସିମ କାର୍ଡ ଅଚଳ କରାଯିବା ସହ ୪୯ ହଜାଇ ଆଇଏମଇଆଇ ନମ୍ବରକୁ ମଧ୍ୟ ବ୍ଲକ କରାଯାଇଛି। ୨୦୨୩ରେ ଓଡିଶାରୁ ୧୬ ହଜାର ୮୬୯ଟି ସାଇବର ଠକେଇ ଅଭିଯୋଗ ମଧ୍ୟରୁ ୫ ହଜାର ୧୮୭ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୧୦ କୋଟିରୁ ଅଧିକ ଟଙ୍କା ଅପରାଧୀଙ୍କ ପାଖକୁ ଯିବା ପୂର୍ବରୁ ଉଦ୍ଧାର କରାଯାଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories