www.samajalive.in
Sunday, December 7, 2025
14.1 C
Bhubaneswar

ଆଜିଠାରୁ କ୍ରସ ଓଭର ମ୍ୟାଚ : ଇଂଲଣ୍ଡ- ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ-ଚୀନ୍ ମୁକାବିଲା

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତାରେ ସୋମବାରଠାରୁ ନକ୍‍ଆଉଟ୍‍ ପ୍ରତିଯୋଗିତା ଆରମ୍ଭ ହେବ। ପ୍ରଥମ କ୍ରସ ଓଭରରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡକୁ ଓ ଦ୍ୱିତୀୟ କ୍ରସ ଓଭର ମ୍ୟାଚରେ ଫ୍ରାନ୍ସ- ଚୀନକୁ ଭେଟିବ। ବିଜୟୀ ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବ ଓ ପରାଜିତ ଦଳ ପ୍ରତିଯୋଗିତାରୁ ବାଦ୍‍ ପଡିବେ। ଦ୍ୱିତୀୟ କ୍ରସ ଓଭର ମ୍ୟାଚରେ ବିଶ୍ୱ ମାନ୍ୟତାର ୯ ତମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଓ ୭ ନମ୍ବର ସ୍ଥାନରେ ଥିବା ଇଂଲଣ୍ଡ ମଧ୍ୟରେ ଖେଳାଯିବ। ପୁଲ-ବି ରେ ସ୍ଥାନ ପାଇଥିବା ଇଂଲଣ୍ଡ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ସହ କ୍ରସ ଓଭରକୁ ଉନ୍ନୀତ ହୋଇଥିଲା। ଦଳ ଚୀନ ସହିତ ୨-୨ ଗୋଲ ବରାବର ରଖିଥିବାବେଳେ ଆୟରଲାଣ୍ଡକୁ ୪-୨ ଗୋଲରେ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ନିକଟରୁ ୦-୩ ଗୋଲରେ ପରାଜିତ ହୋଇଥିଲା। ଦଳ ପକ୍ଷରୁ ଲିଆନ ଅନ୍‍ସିଲ ୨ଟି, ଡେଭିଡ଼ କଣ୍ଡନ,ମାର୍କ ଗେଗ୍ଲୋରିନ , ଜେମ୍ସ ଗାଲ ପ୍ରମୁଖ ଗୋଲ ଦେଇଛନ୍ତି। ଅନ୍ତିମ ଲିଗ୍‍ ମ୍ୟାଚରେ ଆୟରଲାଣ୍ଡକୁ ପରାସ୍ତ କରିବା ପରେ ଖେଳାଳିମାନଙ୍କ ମନୋବଳ ବୃଦ୍ଧି ହୋଇଛି। କ୍ରସ ଓଭରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଦର୍ଶନ ବଜାୟ ରଖି କ୍ୱାର୍ଟର ଖେଳିବା ପ୍ରଥମ ଲକ୍ଷ୍ୟ ବୋଲି ଇଂଲଣ୍ଡ ପ୍ରଶିକ୍ଷକ ଡ୍ୟାନି କେରୀ କହିଛନ୍ତି।ସେହିପରି ପୁଲ-ଏରେ ସ୍ଥାନ ପାଇଥିବା ନ୍ୟୁଜିଲାଣ୍ଡ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ପୁଲ ଅନ୍ତିମ ସ୍ଥାନରେ ରହିଥିଲ।ା ଦଳ ଫ୍ରାନ୍ସକୁ ୨-୧ ଗୋଲରେ ପରାସ୍ତ କରିଥିବାବେଳେ ସ୍ପେନ ବିପକ୍ଷରେ ୧-୧ ଗୋଲ ବରାବର ରଖିଥିଲା। ଆର୍ଜେଣ୍ଟିନା ନିକଟରୁ ୩-୦ ଗୋଲରେ ପରାଜିତ ହୋଇଥିଲା। ଦଳ ପକ୍ଷରୁ ରୁସେଲ କେନ୨ଟି, ଷ୍ଟିଫାନି ଜିନ୍‍ନେସ ଓ ହେଡେନ୍‍ ଫିଲିପ୍ସ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ନ୍ୟୁଜିଲାଣ୍ଡ ପ୍ରଶିକ୍ଷକ ଡ୍ୟାରେନ ସ୍ମିଥ ମଧ୍ୟ ଦଳ ଇଂଲଣ୍ଡକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ ଖେଳିବା ନେଇ ଲକ୍ଷ୍ୟ ରଖିଛନ୍ତି।

          ନକ୍‍ଆଉଟ୍‍-ମ୍ୟାଚ ଖେଳସୂଚୀ

- Advertisement -

 

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories