www.samajalive.in
Tuesday, December 9, 2025
16.1 C
Bhubaneswar

ପଶ୍ଚିମବଙ୍ଗରୁ ‘ରଥ’ ଫେରାଇନେଲା ବିଜେପି

କଲକାତା : ବିଜେପି ପକ୍ଷରୁ ହେବାକୁ ଥିବା ରଥଯାତ୍ରା ସମ୍ଭବତଃ ବନ୍ଦ ହେଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ କଲକାତା ହାଇକୋର୍ଟର ଡିଭିଜନ ବେଞ୍ଚ ରଥଯାତ୍ରା ନେଇ ବିଜେପି ସହ ଆଲୋଚନା କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ତେଣୁ ଆପାତତଃ ବିଜେପିର ଏହି ରଥଯାତ୍ରା ବର୍ତ୍ତମାନ ହେଉନାହିଁ ବୋଲି ରାଜ୍ୟ ବିଜେପି ନେତାନେତ୍ରୀମାନେ ବୁଝି ସାରିଛନ୍ତି। ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ହେବାକୁ ଥିବା ‘ବିଜେପି ରଥଯାତ୍ରା’ ଇତି ମଧ୍ୟରେ ବନ୍ଦ ରଖାଯିବା ନେଇ ଆଲୋଚନା ଚାଲିବାଦ୍ୱାରା ରାଜ୍ୟ ତୃଣମୂଳ କଂଗ୍ରସର ବିଜୟ ଘଟିଲା ବୋଲି ରାଜନୈତିକ ମହଲର ଏକାଂଶ ମନେ କରୁଛନ୍ତି।
ପ୍ରସଙ୍ଗତଃ ପ୍ରଥମ ରଥଯାତ୍ରା ଗତ ଡିସେମ୍ବର ୭ତାରିଖରେ କୁଚବିହାରରୁ ଆରମ୍ଭ ହେବାର ଥିଲା, ଯାହାକୁ ବିଜେପିର ବରିଷ୍ଠ ନେତା ଅମିତ ଶାହାଙ୍କଦ୍ୱାରା ଶୁଭାରମ୍ଭ ହୋଇଥାଆନ୍ତା। ତେଣୁ ବିଜେପିର ସେହି ରଥଟି ନୟଡ଼ାରୁ ବିହାର ହୋଇ ଶିଲିଗୁଡ଼ିକୁ ପ୍ରବେଶ କରିଥିଲା। କେନ୍ଦ୍ରମନ୍ତ୍ରୀ ସୁରେନ୍ଦ୍ର ସିଂ ଆଲୁୱାଲିଆଙ୍କ କନଭୟଦ୍ୱାରା ସେହି ରଥଟିକୁ କୁଚବିହାର ଆଣି ବିଜେପିର ଏକ ଗୋପନ ସ୍ଥାନରେ ରଖିଥିଲେ। ତେବେ ଜଣାପଡ଼ିଛି ଯେ ବିଜେପିର କେନ୍ଦ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ଶିବପ୍ରକାଶ ସେହି ରଥଟିକୁ ସେଠାରୁ ଫେରାଇ ଆଣିବାକୁ ନିର୍ଦେଶ ଦେଇଛନ୍ତି। ଶିବପ୍ରକାଶଙ୍କ ଏହି ନିର୍ଦେଶକୁ ଗୁରୁତ୍ୱ ଦେଇ ରଥଟିକୁ ଶିଲିଗୁଡ଼ି ହୋଇ ବିହାରକୁ ପଠାଯାଇଛି।
ସେହିପରି ଗଙ୍ଗାସାଗରରୁ ବାହାରିବାକୁ ଥିବା ରଥଟିକୁ ମଧ୍ୟ ଝାଡ଼ଖଣ୍ଡରୁ କଲକାତା ହୋଇ କାକଦ୍ୱୀପ ପହଞ୍ଚିଥାଆନ୍ତା, ଯାହାକି ଆଜି ସେହି ରଥଟିର ଯାତ୍ରାରମ୍ଭ କାର୍ଯ୍ୟସୂଚୀ ଥିଲା, କିନ୍ତୁ ଏହି ରଥଟିକୁ ମଧ୍ୟ ରାଜ୍ୟରେ ପ୍ରବେଶ ପାଇଁ ମନା ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ୍‍ ଡିସେମ୍ବର ୧୪ତାରିଖରେ ତାରାପୀଠରୁ ବିଜେପି ପକ୍ଷରୁ ଏକ ରଥଯାତ୍ରାର ଆୟୋଜନ ହୋଇଥିଲା, ଯାହାକି ଏପର୍ଯ୍ୟନ୍ତ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories