www.samajalive.in
Tuesday, December 9, 2025
16.1 C
Bhubaneswar

ସାମ୍ବାଦିକ ସୁରକ୍ଷା ଓ ପେନସନ ଦାବି ନେଇ ଜିଲାପାଳଙ୍କୁ ଦାବିପତ୍ର

ମାଲକାନଗିରି: ମାଲକାନଗିରି ଜିଲା ସାମ୍ବାଦିକ ସଂଘ ଗୁରୁବାର ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଅଵସରରେ ସଂଘର ସଭାପତି ଦେବ ପ୍ରସାଦ ଦାସ, ଉପସଭାପତି ସତ୍ୟ ନାରାୟଣ ପଣ୍ଡାଙ୍କ ସହିତ ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ କୀର୍ତ୍ତନିଆ, ଏ. ଈଶ୍ୱର ରାଓ, ପ୍ରସାଦ ନାୟକ, ଅସୀମ ବିଶ୍ୱାସ, କୃଷ୍ଣ ରାୟ ,ବିକ୍ରମ ପାଢ଼ୀ ଏବଂ ସନ୍ତୋଷ ନାୟକ ପ୍ରମୁଖ ଜିଲାପାଳ ସଚିନ ପାୱାରଙ୍କୁ ସ୍ବାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକମାନଙ୍କର ପେନସନ ଏବଂ ସୁରକ୍ଷା ନିମନ୍ତେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ସାମ୍ବାଦିକମାନଙ୍କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କହି ସ୍ବାଗତ କରିଥିଲେ। ଏଥିସହ ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ମିଡିଆ ବନ୍ଧୁମାନେ ମିଳିମିଶି ସମସ୍ତଙ୍କର ସହଯୋଗରେ ଏ ଜିଲାକୁ ଆଗେଇ ନେବା ବୋଲି ମତବ୍ୟକ୍ତ କରିଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories