www.samajalive.in
Sunday, December 7, 2025
14.1 C
Bhubaneswar

ରାସ୍ତାରୁ ଛାଡିଯାଇଛି ପିଚୁ ,ଲୋକେ ହେଉଛନ୍ତି ହୀନସ୍ତା

ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କପୁରମାଲ ଠାରୁ କୁହୁରୀଗୁମା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତାରୁ ପିଚୁ ଖୋଳି ଦେଇ ଛାଡି ଦେଇ ଥିବାରୁ ରାସ୍ତାରେ ଯିବାଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଗତ ଏକମାସ ତଳେ ଏହି  ରାସ୍ତାର ପିଚୁକୁ ଜେସିବି ସାହାଯ୍ୟରେ ଖୋଳି ଦେଇ ସେହି ପିଚୁ ଥିବା ମେଟାଲକୁ ରାସ୍ତାରେ ଛାଡି ଦିଆଯାଇଛି । ଯାହା ଫଳରେ ଏହି ରାସ୍ତାରେ ସାଇକେଲ କିମ୍ବା ମୋଟରସାଇକେଲରେ ଯିବା କଷ୍ଟ ହେଉଛି ।

ବିଭିନ୍ନ ସମୟରେ ଛୋଟ ମୋଟ ଦୁର୍ଘଟଣା ଘଟୁଛି । ରାସ୍ତା ମରାମତି ସମ୍ପର୍କରେ କୌଣସି ସୂଚନା ଫଳକ ଦିଆଯାଇ ନାହିଁ । ଏ ସମ୍ପର୍କରେ ବିଭାଗୀୟ ଏସଡ଼ିଓଙ୍କୁ ପଚାରିଲେ ତାଙ୍କ ପାଖରେ କୌଣସି ତଥ୍ୟ ନଥିବା କହୁଥିବାବେଳେ ଜେଇ ମୋବାଇଲ ଫୋନ ଉଠାଉ ନାହାନ୍ତି । ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଉଛି । ତେବେ ଲୋକଙ୍କୁ ହୀନସ୍ତା କରିବାକୁ ଏହି ରାସ୍ତା ମରାମତି କାର୍ଯ୍ୟ କରାଯାଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି । ଯଥା ଶୀଘ୍ର ମରାମତି କାର୍ଯ୍ୟ ଶେଷ ନକଲେ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories