www.samajalive.in
Sunday, December 7, 2025
26.1 C
Bhubaneswar

ଜୟପାଟଣା ଉପନିବନ୍ଧନ କାର୍ଯ୍ୟାଳୟରେ ପାନୀୟ ଜଳ ସମସ୍ୟା

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଉପନିବନ୍ଧନ କାର୍ଯ୍ୟାଳୟକୁ ବିଭିନ୍ନ ଅଞ୍ଚଳରୁ ଲୋକେ ବିଭିନ୍ନ କାମ ପାଇଁ ଆସିଥାନ୍ତି। ଏହି କାର୍ଯ୍ୟାଳୟରୁ ସରକାର ବାର୍ଷିକ ପ୍ରାୟ ଏକ କୋଟି ଟଙ୍କାର ରାଜସ୍ବ ପାଉଥିଲେ ହେଁ ଏହି କାର୍ଯ୍ୟାଳୟକୁ ଆସୁଥିବା ଲୋକେ ପିଇବା ପାଣି ପାଇଁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାର୍ଯ୍ୟାଳୟ ନିକଟରେ ପିଇବା ପାଣିର ବ୍ୟବସ୍ଥା ନାହିଁ କି କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ଶୌଚାଳୟର ମଧ୍ୟ ବ୍ୟବସ୍ଥା ନାହିଁ ।

ମନଛୁଆଁ ଭିଡିଓ ; ଦୋକାନ ଭିତରେ କୁୁକୁର ଛୁଆ, ମାଆ କୁକୁର ଏମିତି କଲା, ଦେଖନ୍ତୁ ଭିଡିଓ..


ଜିଲ୍ଲାର ଅନ୍ୟ କାର୍ଯ୍ୟାଳୟରେ ଏସି ଲାଗିଥିଲେ ହେଁ ଜୟପାଟଣା ଉପନିବନ୍ଧନ କାର୍ଯ୍ୟାଳୟରେ ଏସି ଲାଗି ନଥିବାରୁ ପ୍ରବଳ ଗରମ ଯୋଗୁଁ କାର୍ଯ୍ୟାଳୟରେ ଲାଗିଥିବା ମେସିନ ବିଭିନ୍ନ ସମୟରେ ଖରାପ ହୋଉଛି । ଜୟପାଟଣା ଉପନିବନ୍ଧନ କାର୍ଯ୍ୟାଳୟ ପାଇଁ ଏକ ଏସି ଆସିଥିଲା କିନ୍ତୁ ତାହା ଜୟପାଟଣା ପହଞ୍ଚି ପାରିଲା ନାହିଁ ତାହା କେଉଁଠି ଲାଗିଲା ତାହା ତଦନ୍ତ ସାକ୍ଷେପ। ଏବେ ଗ୍ରୀଷ୍ମପ୍ରବାହ ଯୋଗୁଁ ଏହି କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ପାଇଁ ପିଇବା ପାଣି ଜରୁରୀ ହୋଇ ପଡିଛି। ଏଣୁ ନିକଟରେ ଏକ ନଳକୂପର ବ୍ୟବସ୍ଥା କଲେ ଆସୁଥିବା ଲୋକେ ଉପକୃତ ହେବେ। ଏଣୁ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ନଳକୂପ ଖନନ ସହ କାର୍ଯ୍ୟାଳୟରେ ଏସି ଲଗାଇବା ବ୍ୟବସ୍ଥା କରିବାକୁ ଦାବି ହୋଉଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories