www.samajalive.in
Sunday, December 7, 2025
14.1 C
Bhubaneswar

ଜୟପାଟଣା ବ୍ଲକରେ ତୀବ୍ରତର ହେଉଛି ଅମଲା ଆନ୍ଦୋଳନ

ମୁଖୀଗୁଡା : ଗ୍ରେଡ ପେ ୪୨୦୦ ବା ଦରମା ଲେଭଲ-୯କୁ ବୃଦ୍ଧି ଦାବୀ ନେଇ ସମଗ୍ର ରାଜ୍ୟରେ ଜିଲ୍ଲା ସ୍ତରୀୟ ଅମଲା ସଂଘର ଆନ୍ଦୋଳନ ଏବଂ ସମୂହ ଛୁଟି ୧୩ ଦିନରେ ପହଁଚିଛି । ଏହି ପରିପ୍ରେକ୍ଷୀରେ ଆଜି ଜୟପାଟଣା ମିଳିତ ଅମଲା ମଞ୍ଚ ତରଫରୁ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବରେ ତ୍ରୀବ୍ରତର କରାଯାଇଛି । ଜୟପାଟଣା ବ୍ଲକ କାର୍ୟ୍ୟାଳୟ ପରିସରରେ ବ୍ଳକ ମିଳିତ ମଞ୍ଚର ସମସ୍ତ ଅମଲା କର୍ମଚାରୀ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଧାରଣା ତଥା ଆନ୍ଦୋଳନ ପ୍ରଦର୍ଶନ କରିଥିଲେ । ଜୟପାଟଣା ବ୍ଲକ ସଭାପତି ତନ୍ମୟ ପଣ୍ଡା ତଥା ଆବାହକ ବିଶ୍ବନାଥ ପାଢୀଙ୍କ ନେତୃତ୍ବରେ ହୋଇଥ‌ିବା ଏହି ଆନ୍ଦୋଳନରେ ଧର୍ମଗଡ ଉପଖଣ୍ଡ ଅମଳା ମଞ୍ଚର ସଭାପତି ଜଗତ ନାରାୟଣ ବେହେରା, ଧର୍ମଗଡ ସଂଘର ସକ୍ରିୟ ସଦସ୍ୟ ଗୋପାଳ ମେହେର ଓ ଲକ୍ଷ୍ମୀ ନାରାୟଣ ମିଶ୍ର ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଆନ୍ଦୋଳନକୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କଳାହାଣ୍ଡିର ସଭାପତି ସୁରେନ୍ଦ୍ର ମୋହନ ଯୋଷୀ, ଜୟପାଟଣା ବ୍ଲକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ଯୋଷୀ, ସମ୍ପାଦକ ଲଲିତ କୁମାର ନାଏକ ଓ ସମାଜସେବୀ ତଥା ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧୀ ଦିଲ୍ଲିପ କୁମାର ରାଉତ ଉପସ୍ଥିତ ରହି ସଂପୂର୍ଣ ସହଯୋଗ ପ୍ରଦାନ କରିବା ସହିତ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସଂଘ ତରଫରୁ ଦାବୀ କନିଷ୍ଠ ସହାୟକ ସ୍ତରରେ ମୂଳ ଦରମା ଗ୍ରେଡ ପେ ୪୨୦୦ବା ଲେଭଲ-୯ କୁ ବୃଦ୍ଧି ପାଇଁ ବ୍ଲକ ସଂଘର ସଭ୍ୟ ସଭ୍ୟା ମାନେ ଦୃଢ ବକ୍ତବ୍ୟ ପ୍ରଦାନ କରିଥିଲେ । ସନ୍ତୋଷ ପଟ୍ଟନାୟକ,ବ୍ରହ୍ମା ମହାରଣା ଗୋବିନ୍ଦ ମିଶ୍ର, ହେମନ୍ତ କୁମାର ପ୍ରଧାନ, ସନ୍ଥ କୁମାର ନାଏକ, ଜନ୍ମେଜୟ ରାଉତ, ପ୍ରଦୀପ ପଟ୍ଟନାୟକ, ଅଶ୍ବିନ କୁମାର ରାଉତ, ସୁନୀଲ କୁମାର ପଣ୍ଡା, କୁମାରୀ ମନିଷା ପଣ୍ଡା, ତୃପ୍ତିମୟୀ ପାଢୀ, ଜୟନ୍ତୀ ହଂସ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଚିତ୍ତରଂଜନ ଦଳପତି ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories