www.samajalive.in
Monday, December 8, 2025
27.1 C
Bhubaneswar

ଇନ୍ଦ୍ରାବତୀରୁ ଖରିଫ ଋତୁ ପାଇଁ ଜଳ ଯୋଗାଣ ଆରମ୍ଭ

ମୁଖିଗୁଡା : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବହୁମୁଖୀ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପରୁ ଖରିଫ ଚାଷ ପାଇଁ ଜଳ ଯୋଗାଣ ଆରମ୍ଭ ହୋଇଛି । ଜଳ ସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନିଲ କୁମାର ପାଣିଗ୍ରାହୀ, ଦକ୍ଷିଣ ମୁଖ୍ୟ କେନାଲ ଅଧିକ୍ଷଣ ଯନ୍ତ୍ରୀ ରାଜକୁମର ବେହରା, ବାମ ମୁଖ୍ୟ କେନାଲ ଅଧିକ୍ଷଣ ଯନ୍ତ୍ରୀ ତ୍ରୁପ କୁମାର ପାତ୍ର ସମସ୍ତ ପ୍ରକାର ପ୍ରସ୍ତୁତି ନିଶ୍ଚିତ କରିବା ପରେ କେନାଲ ଗୁଡିକର ସ୍ଥିତି ବିଷୟରେ ବିଭାଗର ସମସ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରି ସମୀକ୍ଷା ପରେ ଆଜି ୧୦ ଟା ୩୦ ସମୟରେ ମଙ୍ଗଳପୁର ହାତୀ ବ୍ୟାରେଜରୁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ବାମ ଏବଂ ଦକ୍ଷିଣ କେନାଲର ଅଧୀକ୍ଷଣ ଯନ୍ତ୍ରୀଙ୍କ ଉପସ୍ଥିତିରେ ବାମ କେନାଲରେ ୧୦ କ୍ୟୁମେକ୍ସ ଓ ଦକ୍ଷିଣ ମୁଖ୍ୟ କେନାଲ ୭ କ୍ୟୁମେକ୍ସରେ ପାଣିଛଡା ଯାଇଛି।
ସେହିପରି ମଙ୍ଗଳପୁର ବୃହତ ଉଠା ଜଳସେଚନ ପ୍ରକଳ୍ପରେ ମଧ୍ୟ ୭.୫ କ୍ୟୁମେକ୍ସ ପାଣି ଛଡାଯାଇଛି । ଯାହାକୁ ନେଇ ଅଞ୍ଚଳରେ ଚାଷୀ ମାନଙ୍କ ମଧ୍ୟରେ ଏକ ପ୍ରକାର ଆଶ୍ୱସ୍ତି ଦେଖା ଦେଇଛି। କାରଣ ଚଳିତ ବର୍ଷ ମୌସୁମୀ ବର୍ଷା ବିଳମ୍ବ ହୋଇଥିବା ବେଳେ ଚାଷ କାର୍ୟ୍ୟ ଆଗେଇ ପାରିନାହିଁ। ଜୁଲାଇ ମାସ ପ୍ରଥମ ସପ୍ତାହ ଶେଷ ହେବାକୁ ବସିଥିବା ବେଲେ ବହୁ ଚାଷୀ ଧାନ ତଳି ପକାଇ ପାରିନାହାନ୍ତି। ଚଳିତ ବର୍ଷ ଜିଲ୍ଲାରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ୨୪ ହଜାର ୭୪୭ ହେକ୍ଟର, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ୪୪ ହଜାର ୮୭୫.୯୬ ହେକ୍ଟର , ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ୪୨ ହଜାର ୧୬୧.୦୮ ହେକ୍ଟର ଓ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ୧୦୮୨ ହେକ୍ଟରକୁ ମିଶାଇ ସର୍ବମୋଟ ୧ ଲକ୍ଷ ୧୨ ହଜାର ୮୬୬.୦୪ ହେକ୍ଟର ଚାଷଜମିରେ ଜଳ ସେଚନ ଲକ୍ଷ ରଖାଯାଇଛି।
ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପରୁ ଜିଲ୍ଲାର ଜୟପାଟଣା, କଲମପୁର, ଜୁନାଗଡ଼, କୋକସରା, ଧର୍ମଗଡ଼, ଗୋଲାମୁଣ୍ଡା, ଭବାନୀପାଟଣା ଓ କେସିଙ୍ଗା ବ୍ଳକର ୪୨୯ ଗାଁରେ ଜଳ ଯୋଗାଣ କରିବ। ଜଳ ସେଚନ ପ୍ରକଳ୍ପର ବାମ ମୁଖ୍ୟ କେନାଲ ଡିଭିଜନ-୧ ରେ ୨୦ ହଜାର ୩୮୧ ଟି, ଡିଭିଜନ-୨ରେ ୧୦ ହଜାର ୨୭୯ ଟି, ବାମ ମୁଖ୍ୟ କେନାଲ ଡିଭିଜନ-୧ ରେ ୧୩ ହଜାର ୨୫୬ ଟି, ଡିଭିଜନ -୨ ରେ ୪ ହଜାର ୮୫୦ଟି ଓ ଉଠା ଜଳସେଚନ ପ୍ରକଳ୍ପରେ ୫୦ ହଜାର ୪୦୬ଟି ଏମିତି ୯୯ ହଜାର ୧୭୨ ଟି ଚାଷୀ ପରିବାର ଉପକୃତ ହେବେ। ଅନ୍ୟ ପକ୍ଷରେ ଡାହାଣ ମୁଖ୍ୟ କେନାଲର ପୁନଃଉଦ୍ଧାର ଓ ପୁନଃନିର୍ମାଣ କାମ ଜାରି ରହିଥିବା ବେଳେ ଏଥର ଚାଷୀ ମାନଙ୍କୁ ଆବଶ୍ୟକ ହିସାବରେ ଜଳ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଯାହାକୁ ନେଇ ଏହି ଅଞ୍ଚଳର ଚାଷୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories