www.samajalive.in
Sunday, December 7, 2025
14.1 C
Bhubaneswar

ମାଳଦ୍ୱୀପ ପର୍ଯ୍ୟଟନ ରାଙ୍କିଙ୍ଗ୍‌ରେ ୫ମ ସ୍ଥାନକୁ ଖସିଲା ଭାରତ, ଗତବର୍ଷ ଥିଲା ୧ନଂ

ନୂଆଦିଲ୍ଲୀ: ମାଳଦ୍ୱୀପ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି। ମାଳଦ୍ୱୀପ ପର୍ଯ୍ୟଟନ ମନ୍ତ୍ରଣାଳୟର ତିନି ସପ୍ତାହର ତଥ୍ୟ ଅନୁଯାୟୀ, ମାଳଦ୍ୱୀପ ପରିଦର୍ଶନ କ୍ଷେତ୍ରରେ ଭାରତ ବର୍ତ୍ତମାନ ତୃତୀୟରୁ ପଞ୍ଚମ ସ୍ଥାନକୁ ଖସି ଆସିଛି। ସାମାଜିକ ଗଣମାଧ୍ୟମରେ ଭାରତୀୟମାନେ କରିଥିବା ବୟକଟ୍ ମାଲଦ୍ୱୀପ ଅଭିଯାନ, ମାଳଦ୍ୱୀପ ଯାଉଥିବା ଭାରତୀୟ ଯାତ୍ରୀଙ୍କ ସଂଖ୍ୟା ହ୍ରାସର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏଠାରେ ସୂଚନାଯୋଗ୍ୟ, ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମାଳଦ୍ୱୀପ ପ୍ରଥମ ପସନ୍ଦ ଥିଲା। ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ, ପର୍ଯ୍ୟଟକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ଶୀର୍ଷ ସ୍ଥାନରେ ରହିଥିଲା। ୨୦୨୩ରେ, ମାଳଦ୍ୱୀପ ପର୍ଯ୍ୟଟନ ବଜାରର ପ୍ରାୟ ୧୧ ପ୍ରତିଶତ ଭାଗ ଭାରତୀୟ ପର୍ଯ୍ୟଟକଙ୍କର ରହିଥିଲା।

ଚଳିତ ମାସ ଆରମ୍ଭରେ ଦୁଇ ଦେଶ ମଧ୍ୟରେ ତିକ୍ତତା ସେତେବେଳେ ବୃଦ୍ଧି ପାଇଥିଲା, ଯେତେବେଳେ ସାମାଜିକ ଗଣମାଧ୍ୟମରେ ଜଣେ ମାଳଦ୍ୱୀପ ମନ୍ତ୍ରୀ ଓ ଅନ୍ୟ କେତେକ ନେତା ଲାକ୍ଷାଦ୍ୱୀପସ୍ଥିତ ଏକ ପ୍ରାଚୀନ ବେଳାଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ପୋଷ୍ଟ ପରେ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ତେବେ ବିବାଦ ବଢୁଥିବା ଦେଖି ମହମ୍ମଦ ମୁଇଜ୍ଜୁ ସୋସିଆଲ ମିଡିଆ ପୋଷ୍ଟ ପରେ ତିନିଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲେ। ଉଲ୍ଲେଖଯୋଗ୍ୟ, ମାଳଦ୍ୱୀପ ଯାଉଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଭାରତ ଏକ ନମ୍ବର ସ୍ଥାନରେ ଥିଲା। ଏହି ଦେଶର ଅର୍ଥନୀତି ପାଇଁ ଭାରତୀୟ ପର୍ଯ୍ୟଟକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

- Advertisement -

ମାଳଦ୍ବୀପକୁ ଏବେ ଏସବୁ ଦେଶରୁ ଆସୁଛନ୍ତି ଅଧିକ ପର୍ଯ୍ୟଟକ –

୧. ରୁଷ୍‌: ୧୮,୫୬୧ ଆଗମନ(୨୦୨୩ରେ ୨ ନଂ ରାଙ୍କ୍‌ରେ ଥିଲା)

୨. ଇଟାଲୀ: ୧୮,୧୧୧ ଆଗମନ(୨୦୨୩ରେ ୬ ନଂ ରାଙ୍କ୍‌ରେ ଥିଲା)

୩. ଚୀନ୍‌: ୧୬,୫୨୯ ଆଗମନ(୨୦୨୩ରେ ୩ ନଂ ରାଙ୍କ୍‌ରେ ଥିଲା)

୪. ୟୁକେ: ୧୪,୫୮୮ ଆଗମନ(୨୦୨୩ରେ ୪ ନଂ ରାଙ୍କ୍‌ରେ ଥିଲା)

୫. ଭାରତ: ୧୩,୯୮୯ ଆଗମନ(୨୦୨୩ରେ ୧ ନଂ ରାଙ୍କ୍‌ରେ ଥିଲା)

୬. ଜର୍ମାନୀ: ୧୦,୬୫୨ ଆଗମନ

୭. ୟୁଏସଏ: ୬,୨୯୯ ଆଗମନ(୨୦୨୩ରେ ୭ ନଂ ରାଙ୍କ୍‌ରେ ଥିଲା)

୮. ଫ୍ରାନ୍ସ: ୬,୧୬୮ ଆଗମନ(୨୦୨୩ରେ ୮ ନଂ ରାଙ୍କ୍‌ରେ ଥିଲା)

୯. ପୋଲାଣ୍ଡ: ୫,୧୦୯ ଆଗମନ(୨୦୨୩ରେ ୧୪ ନଂ ରାଙ୍କ୍‌ରେ ଥିଲା)

୧୦. ସ୍ବିଜରଲାଣ୍ଡ: ୩,୩୩୦ ଆଗମନ(୨୦୨୩ରେ ୧୦ ନଂ ରାଙ୍କ୍‌ରେ ଥିଲା)

 

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories