www.samajalive.in
Monday, December 8, 2025
20.1 C
Bhubaneswar

ନବ ଦାସ ହତ୍ୟା ଘଟଣାକୁ ପୂରିଲା ବର୍ଷେ : ନବଙ୍କ ସ୍ମୃତିରେ ଝାରସୁଗୁଡାରେ ବିରାଟ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ

ଝାରସୁଗୁଡା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ସୋମବାର ବର୍ଷେ ପୂରିଛି। ତଥାପି ଏଯାଏଁ ହତ୍ୟାର କାରଣ ରହସ୍ୟ ଘେରରେ ରହିଛି। ଅଭିଯୁକ୍ତ ଗୋପାଳ ଦାସ ନାଁରେ ଚାର୍ଜ ସିଟ୍ ଦାଖଲ ପରେ ବି ବିଚାର ପ୍ରକ୍ରିୟା ଆଶାନୁରୂପ ଭାବରେ ଆଗେଇ ନାହିଁ। ଅଭିଯୁକ୍ତ ଗୋପାଳଙ୍କ ନାଁରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି। ହେଲେ ହତ୍ୟାର କାରଣର ପର୍ଦ୍ଦାଫାସ ହୋଇପାରିନି। ଏପରିକି ନବଙ୍କ ପରିବାର ଷଡଯନ୍ତ୍ର ଅଭିଯୋଗ କରିବା ପରେ ମଧ୍ୟ କ୍ରାଇମବ୍ରାଞ୍ଚ ଷଡଯନ୍ତ୍ରର ଦିଗକୁ ତଦନ୍ତରେ ସାମିଲ କରିନାହିଁ। ବର୍ଷକ ମଧ୍ୟରେ ସେପରି କିଛି ପ୍ରମାଣ ବି ଲାଗିନଥିବା ଅଭିଯୋଗ ହୋଇଛି। ୨୦୨୩ ମସିହା ଜାନୁଆରୀ ୨୯ରେ ସ୍ବଗତଃ ନବ ଦାସ ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବାବେଳେ ଗାନ୍ଧୀ ଛକ ଫାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳିମାଡ କରିଥିଲା। ସେପଟେ ସୋମବାର ନବଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଝାରସୁଗୁଡା ମନମୋହନ ସ୍କୁଲ ପଡିଆରୁ ଏକ ମିନି ମାରାଥନର ଆୟୋଜନ ହୋଇଛି। ସେହିପରି ଏସପି ଅଫିସ ସମ୍ମୁଖ ତିନି କୋଣୀଆ ଛକରେ ନବ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ପରେ ଦିନ ୧୨ଟାରେ ମନମୋହନ ଏମଇ ସ୍କୁଲ ପଡିଆଠାରେ ସର୍ବଧର୍ମ ସ୍ମୃତି ସଭା ଅନୁଷ୍ଠିତ ହେବ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories