www.samajalive.in
Friday, November 14, 2025
25.1 C
Bhubaneswar

ବିଗ୍‍ ବସ୍‍-୧୭ ବିଜେତା ହେଲେ ମୁନାୱର ଫାରୁକୀ

ମୁମ୍ବାଇ: ସର୍ବାଧିକ ଭୋଟ ପାଇ ବିଗ୍‍ ବସ୍‍-୧୭ ସିଜିନର ବିଜୟ ମୁକଟ ପିନ୍ଧିଛନ୍ତି ମୁନାୱର ଫାରୁକୀ । ମୁନାୱାରଙ୍କୁ ଶୋର ହୋଷ୍ଟ ସଲମାନ ଖାନ୍‍ ବିଜେତା ଭାବେ ଘୋଷଣା କରିବା ପରେ ପ୍ରଶଂସକ ମାନେ ବେଶ ଖୁସି ହୋଇଛନ୍ତି । ମୁନାୱରଙ୍କ ପ୍ରଶଂସକ ମାନେ ସୋସିଆଲ ମିଡ଼ିଆରେ ଲଗାତାର ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରିଛନ୍ତି । ବିଜେତା ହେବା ପରେ ମୁନାୱର ଫାରୁକୀ କଣ ସବୁ ଉପହାର ପାଇଛନ୍ତି ଚାଲନ୍ତୁ ଜାଣିବା । ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଗ୍‍ ବସ୍‍ -୧୭ରେ ଟପ୍‍-୩ରେ ପହଂଚିଥିଲେ ମୁନାୱର, ଅଭିଷେକ ଏବଂ ମନାରା । ପରେ ମନାରା ଆଉଟ ହେବା ପରେ ଅଭିଷେକ ଏବଂ ମୁନାୱରଙ୍କ ମଧ୍ୟରେ କିଏ ଜିତିବ ଟ୍ରଫ ସମସ୍ତଙ୍କ ନଜର ରହିଥିଲା । ଶେଷରେ ସଲମାନ ମୁନାୱରଙ୍କୁ ବିଜେତା ଘୋଷଣା କରିଥିଲେ । ଏହି ଶୋର ଦ୍ୱିତୀୟ ବିଜେତା ଅଭିଷେକ ହୋଇଥିଲେ ।

ମୁନାୱର ଫାରୁକୀ ବିଜେତା ହେବା ପରେ ତାଙ୍କୁ ବିଗ୍‍ ବସ୍‍-୧୭ ଟ୍ରଫି, ୫୦ଲକ୍ଷ ଟଙ୍କା ସହିତ ହୁଣ୍ଡାଇ କ୍ରେଟା କାର ପୁରସ୍କାର ପ୍ରଦାନ କରାଯାଇଛି । ବିଗ୍‍ ବସ୍‍ ଘରେ ଲମ୍ବା ସମୟ ଧରି ରହିବା ମୁନାୱରଙ୍କ ପାଇଁ ସହଜ ନଥିଲା । ଷ୍ଟାଣ୍ଡ ଅପ୍‍ କମେଡିଆନ ଭାବେ ମୁନାୱର କଠିନ ପରିଶ୍ରମ କରି ଲୋକପ୍ରିୟତା ସାଉଁଟିବା ପରେ ବିଗ୍‍ ବସ୍‍ ଶୋରେ ଏତେ ବାଟ ଆସିପାରିଥିଲେ । ବିଗ୍‍ ବସ୍‍ ଘରେ ରହିବା ବେଳେ ଅନେକ ସମୟରେ ସେ ଭାବପ୍ରବଣ ଭାବରେ ଭାଙ୍ଗି ପଡିଥିଲେ । ଅନ୍ୟ ପ୍ରତିଯୋଗୀମାନଙ୍କ ସହିତ ଅନେକ ଯୁକ୍ତିତର୍କ ହୋଇଥିଲା । ସେମାନଙ୍କ ମଧ୍ୟରୁ ଅନେକ ତାଙ୍କୁ ଆଘାତ ଦେଇଥିଲେ । ଶେଷରେ ତାଙ୍କର ସମସ୍ତ ପ୍ରୟାସ ସଫଳ ହେଲା ଏବଂ ସେ ବିଜେତା ଭାବରେ ଉଭା ହୋଇଥିଲେ । ଟ୍ରଫି ଜିତିବା ସହିତ ମୁନାୱର ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

Hot this week

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର...

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

Related Articles

Popular Categories