www.samajalive.in
Sunday, December 7, 2025
18.1 C
Bhubaneswar

ରାହୁଲଙ୍କୁ ବିଶ୍ୱବିଦ୍ୟାଳୟ ମନା, ରାଜନୈତିକ ଅସୂୟା ଭାବ କହିଲା କଂଗ୍ରେସ

ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ମେଘାଳୟର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ହେବାକୁ ଥିବା ଆଲୋଚନାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ବନ୍ଦ କରିଦେଇଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଶ୍ରୀ ଗାନ୍ଧୀ ସେହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର ଥିଲା।

ବିଦେଶରେ ରାମ ନାମ, ଭକ୍ତିରେ ଲୀନ ହୋଇ ନୃତ୍ୟ କଲେ ଋଷ୍ ଯୁବତୀ

- Advertisement -

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଗାନ୍ଧୀ ଅଭିଯୋଗ କରିଛନ୍ତି। ଆସାମ-ମେଘାଳୟ ସୀମାରେ ଆଜି ଛାତ୍ରଛାତ୍ରୀମାନଙ୍କୁ ସେ ଏହା କହିଛନ୍ତି। ପୂର୍ବରୁ ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମେଘାଳୟରେ ଛାତ୍ରଛାତ୍ରୀ, ସାଧାରଣ ନାଗରିକ ଓ ଦଳୀୟ ନେତାଙ୍କ ସହ ଆଲୋଚନା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ବିଶ୍ୱବିଦ୍ୟାଳୟ ଅନୁମତି ପ୍ରତ୍ୟାହାର କରିବାରୁ ଏକ ହୋଟେଲରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା।

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜନ୍ମିତ ଶିଶୁଙ୍କ ନାମକରଣ

ଏ ନେଇ ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି ଯେ ସେମାନେ ଯାହାକୁ ଚାହିଁବେ ଶୁଣି ପାରିବେ ତେଣୁ ସେମାନଙ୍କୁ ସେମାନଙ୍କ ଇଛା ମୁତାବକ ବଂଚିବାକୁ ଦିଆଯାଉ। ଶ୍ରୀ ଗାନ୍ଧୀ କହିଛନ୍ତି, ସେମାନେ ତୁମ୍ଭମାନଙ୍କୁ କ୍ରୀତଦାସ କରିଦେବାକୁ ଚାହୁଁଛନ୍ତି କିନ୍ତୁ ଦୁନିଆର କୌଣସି ଶକ୍ତି ତାହା କରିପାରିବ ନାହିଁ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories