Patra electronics

ବିଦେଶରେ ରାମ ନାମ, ଭକ୍ତିରେ ଲୀନ ହୋଇ ନୃତ୍ୟ କଲେ ଋଷ୍ ଯୁବତୀ

ନୂଆଦିଲ୍ଲୀ :ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୁରା ହୋଇଛି । ଏହି ଅବସରରେ ଦେଶବାସୀ ଦୀପ ଜାଳି ଉତ୍ସବ ମନାଇ ଦୀପାବଳି ପାଳନ କରିଛନ୍ତି । ସମସ୍ତଙ୍କ ମୁହଁରେ ଏବେ ରାମ ନାମ ଶୁଣିବାକୁ ମିଳୁଛି । ତେବେ ଖାଲି ଦେଶରେ ନୁହେଁ, ବରଂ ବିଦେଶରେ ମଧ୍ୟ ରାମ ନାମ ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଋଷର କିଛି ଯୁବତୀ ରାମଙ୍କ ସହ କାହ୍ନା ଭକ୍ତିରେ ସମ୍ପୂର୍ଣ୍ଣ ମଗ୍ନ ହୋଇଯାଇଛନ୍ତି । ଏହା ସେହି ସମୟର ଭିଡିଓ ଯେଉଁ ସମୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଉଥିଲା । ବିଦେଶରେ ଏହି ଯୁବତୀମାନେ ଭଗବାନଙ୍କ ଭକ୍ତିରେ ଲୀନ ହୋଇ ନୃତ୍ୟ କରୁଥିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ଇନଷ୍ଟାଗ୍ରାମରେ ଅନ୍ନାଗ୍ରୁ ନାମକ ଏକ ପ୍ରୋଫାଇଲରୁ ଏହି ଭିଡିଓ ସେୟାର ହୋଇଛି । କ୍ୟାପ୍ସନରେ ସମସ୍ତଙ୍କୁ ଆଧୁନିକ ବୈଷ୍ଣବ ନର୍ତ୍ତକୀ ବୋଲି କୁହାଯାଇଛି । ସମସ୍ତଙ୍କ ବେକରେ ଫୁଲ ମାଳ ପଡିଖିବାବେଳେ ଏବଂ ସମସ୍ତେ ଭାରତୀୟ ଶୈଳୀରେ ନୃତ୍ୟ କରୁଛନ୍ତି । ପ୍ରଚ୍ଛଦ ପଟରେ କାହ୍ନା… ଗୀତ ବାଜୁଛି । ଏହି ଇନଷ୍ଟାଗ୍ରାମ ପ୍ରୋଫାଇଲରେ ପୂର୍ବରୁ ମଧ୍ୟ ଅନେକ ହିନ୍ଦୀ ଭଜନ ଏବଂ ଭାରତୀୟ ଶୈଳୀରେ ନୃତ୍ୟ ପରିବେଷଣର ଭିଡିଓ ପୋଷ୍ଟ ହୋଇଛି ।

Comments are closed.