Patra electronics

ଯୋବ୍ରା ବ୍ରିଜରେ ସିରିଜ୍ ଦୁର୍ଘଟଣା, ୩ ଗୁରୁତର

କଟକ : ଯୋବ୍ରା ବ୍ରିଜରେ ଏକ ସ୍କର୍ପିଓ ସିରିଜ୍ ଦୁର୍ଘଟଣା ଘଟାଇଛି । ସ୍କର୍ପିଓଟି ଏକ ବୋଲେରୋକୁ ପିଟିବା ସହ ଏକ ଅଟୋକୁ ଧକ୍କା ଦେଇ ବ୍ରିଜ୍ ବାଡ ଭାଙ୍ଗି ଅଧାରେ ଅଟକି ରହିଛି । ଏହି ସିରିଜ୍ ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଅନ୍ୟପଟେ ସ୍କର୍ପିଓରୁ ମଦ ମିଳିବା ସହ ମଦ୍ୟପାନ କରି ଗାଡି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି ।

ଦୁର୍ଘଟଣା ଗ୍ରସ୍ତ ସ୍କର୍ପିଓରୁ ବିପୁଳ ପରିମାଣର ମଦ ବୋତଲ ଜବତ ହୋଇଥିବା ସୂଚନା ମିଳିଛି। ସ୍କର୍ପିଓରେ ଥିବା ସମସ୍ତ ବ୍ୟକ୍ତି ନିଶା ସେବନ କରି ଥିବା ଅଭିଯୋଗ ହୋଇଛି। ସ୍କର୍ପିଓରେ ୨ଜଣ ପୁରୁଷ ଥିଲାବେଳେ  ୩ ମହିଳା ଯାତ୍ରୀ ଥିଲେ। ସ୍କର୍ପିଓରେ ପୂର୍ଵରୁ ଦୁଇଜଣଙ୍କୁ ଧକ୍କା ଦେଇ ବ୍ୟାରେଜ ଆଡକୁ ଆସିଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀ ସୂଚନା ଦେଇଛନ୍ତି

ବିଶାଖାପାଟଣାର ଏକ ଚିଙ୍ଗୁଡ଼ି କମ୍ପାନୀରେ ଫସିଛନ୍ତି ୨୨ ଆଦିବାସୀ ଶ୍ରମିକ 

Comments are closed.