Patra electronics

ଚକ ଖଡି କଳାକାରଙ୍କ ଦ୍ୱାରା ରାମଲାଲାଙ୍କ କଳାକୃତି ନିର୍ମାଣ

ଗୋପାଳପୁର: ଡୁରାର ବିଟେକ ଛାତ୍ର ତଥା ଯୁବ ଖଡ଼ି କଳାକାର କେ ବିଜୁ କୁମାର ରେଡ୍ଡୀ ପୁଣିଥରେ ଚକଖଡିରେ ରାମଲାଲାଙ୍କ କଳାକୃତି ନିର୍ମାଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବିଜୟଙ୍କ ପକ୍ଷରୁ ଅତି ନିଖୁଣ ଭାବେ ଚକ ଖଡ଼ିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଝାଡ଼ୁ ଧରିବା ପ୍ରତିକୃତିକୁ ନିର୍ମାଣ କରିବା ସହ ରାମ ଲାଲାଙ୍କ ପ୍ରତିକୃତି ନିର୍ମାଣ କରି ତା’କୁ ରଙ୍ଗ ମଧ୍ୟ ଦେଇଛନ୍ତି। ବିଜୟ ଉଭୟ କଳାକୃତିକୁ ମାତ୍ର ୬ ଘଣ୍ଟା ପରିଶ୍ରମ କରି ନିର୍ମାଣ କରିଥିବା ବେଳେ ମୋଦିଙ୍କ ପ୍ରତିକୃତି ନିମନ୍ତେ ୨ ଖଣ୍ଡ ଓ ରାମଲାଲାଙ୍କ ପ୍ରତିକୃତି ନିମନ୍ତେ ୩ ଖଣ୍ଡ ଚକଖଡି ବ୍ୟବହାର କରିଛନ୍ତି।

Comments are closed.