ଭଦ୍ରକ : ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ। ଜଳଜମିକୁ ଘରବାଡି କରିବା ପାଇଁ ଲାଞ୍ଚ ନେଉଥିଲେ। ଧରାପଡିଗଲେ ଭିଜିଲାନ୍ସ ହାତରେ। ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ଶରତ ଜେନା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନାଯୋଗ୍ୟ,ଖାନାବାଡି ଅଞ୍ଚଳର ଜନୈକ ବ୍ୟକ୍ତି ନିଜ ଜଳ ଜମିକୁ ଘରବାଡି କରିବା ପାଇଁ କେନ୍ଦୁଆପଦା ଆର ଆଇ ଅଫିସରେ ଆବେଦନ କରିଥିଲେ। କିନ୍ତୁ ଆର ଆଇ ଶରତ ଜେନା ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ଜଗି ରହିଥିଲେ। ଆବେଦନକାରୀଙ୍କ ନିକଟରୁ ଆର ଆଇ ଶରତ ଜେନା ୯ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଛି । ତେବେ ଆରଆଇଙ୍କ କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ ଜାରି ରହିଛି ।
Popular Categories



