www.samajalive.in
Saturday, December 6, 2025
15.1 C
Bhubaneswar

ଜମିଜମା ବିବାଦରୁ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଯୁବକ

ଦୋବଲ : ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମର ବିଦ୍ୟାଧର ବେହେରାଙ୍କ ବଡ଼ ପୁଅ ସନାତନ ବେହେରା(୨୨) ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ଜମିଜମା କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।
ଖବର ନେବାରୁ ଜଣାଯାଏ କୋଠାର ଗ୍ରାମର ଯୁବକ ସନାତନ ଅନ୍ୟ ରାଜ୍ୟରେ ରହି କାମ କରୁଥିଲେ। କିଛି ଦିନ ତଳେ ଘରକୁ ଆସି ଥିଲେ। ତେବେ ଶନିବାର ତାଙ୍କର ଚାଳଘରଟି ଛଣ ଛପର ଚାଲିଥିବା ବେଳେ ବଡ଼ ବାପାଙ୍କ ଘର ସହିତ ଲାଗି ରହିଥିବା ଜମିଜମା ଭାଗବଣ୍ଟାକୁ ନେଇ ଝଗଡା ହୋଇଥିଲା। ଏହାକୁ ଆଧାର କରି ସନାତନ ସେହି ଘର ଭିତରେ ବେକରେ ରସି ଲଗାଇ ଝୁଲି ପଡିଥିଲେ। ପରିବାର ଲୋକେ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories