www.samajalive.in
Friday, December 12, 2025
16.1 C
Bhubaneswar

ଜ୍ଞାନବ୍ୟାପୀ-କାଶୀ ବିଶ୍ୱନାଥ ମନ୍ଦିର, ‘ୱାଜୁଖାନା’ ସଫା କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ଡେସ୍କ: ଜ୍ଞାନବ୍ୟାପୀ ମସଜିଦର ‘ୱାଜୁଖାନା’ର ସମସ୍ତ ସ୍ଥାନ ସଫା କରିବା ନେଇ ଜଣେ ହିନ୍ଦୁ ମହିଳା ଆବେଦନକାରୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ସେହି ସ୍ଥାନରେ ଶିବଲିଙ୍ଗ ମିଳିଥିଲା। ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡ଼, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ବାରାଣାସୀ ଜିଲ୍ଲା ପ୍ରଶାସନଙ୍କ ତତ୍ୱାବଧାନରେ ‘ୱାଜୁଖାନା’ ଅଞ୍ଚଳ ସଫା କରାଯିବ।

ଖାଇଛନ୍ତି କି ଆଳୁ ହାଲୁଆ

- Advertisement -

ଜ୍ଞାନବ୍ୟାପୀ ମସଜିଦ ପରିଚାଳନା କମିଟି କହିଛି ଯେ ପ୍ରାୟ ୨ ବର୍ଷ ଧରି ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶରେ ବନ୍ଦ ହୋଇ ରହିଥିବା ପାଣି ଟାଙ୍କି ସଫା କରିବା ବିଷୟକୁ କମିଟି ସମର୍ଥନ କରେ। ‘ୱାଜୁଖାନା’ ହେଉଛି ଏକ ଜଳଭଣ୍ଡାର ଯେଉଁଠାରେ ଭକ୍ତମାନେ ନମାଜ ପଢିବା ପୂର୍ବରୁ ଧୁଆଧୋଇ ହୋଇଥାନ୍ତି। ଆବେଦନପତ୍ରରେ କୁହାଯାଇଛି ଯେ, ପାଣି ଟାଙ୍କିରେ ଥିବା ମାଛଗୁଡ଼ିକ ଗତବର୍ଷ ଡିସେମ୍ବର ୧୨ରୁ ୨୫ ମଧ୍ୟରେ ମରିଛନ୍ତି ଏବଂ ସେହି କାରଣରୁ ଟାଙ୍କିରୁ ଗନ୍ଧ ବାହାରୁଛି।

ଶୁକ୍ରବାର ଟଙ୍କା କରଜ ଦିଅନ୍ତୁ ନାହିଁ ,ଗୁରୁବାର ଆମିଷ ଖାଆନ୍ତୁ ନାହିଁ..

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories