www.samajalive.in
Monday, December 8, 2025
13.1 C
Bhubaneswar

ଖାଇଛନ୍ତି କି ଆଳୁ ହାଲୁଆ

ଆବଶ୍ୟକୀୟ ସାମଗ୍ରୀ
ସିଝା ଆଳୁ- ୪ଟା
ଘିଅ- ୪ ଚାମଚ
ଚିନି- ୧ କପ୍
ଗୁଜୁରାତି ଅଳ୍ପ ଏବଂ ଡ୍ରାଏ ଫୁଡ (କାଜୁ, କିସମିସ୍, ବାଦାମ)
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗ୍ୟାସ ଲଗାଇ ଆଳୁକୁ ପ୍ରେସରରେ ସିଝାଇ ଦିଅନ୍ତୁ। ପରେ ଆଳୁର ଚୋପା ଛଡାଇ ଭଲ ଭାବରେ ଚକଟି ରଖନ୍ତୁ। ଚିନି ଓ ଗୁଜୁରାତିକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ତା ପରେ କଡେଇ ଗରମ କରି ସେଥିରେ ୪ ଚାମଚ ଘିଅ ପକାନ୍ତୁ। ଘିଅ ଗରମ କରି ସେଥିରେ ଚକଟା ଆଳୁ ପକାଇ ଭଲ ଭାବରେ ଗୋଳାନ୍ତୁ। ଧ୍ୟାନ ରଖନ୍ତୁ କଡେଇରେ ଯେପରି ଆଳୁ ନ ଲାଗେ। କିଛି ସମୟ ପରେ ସେଥିରେ ଚିନି ଓ ଗୁଜୁରାତି ଗୁଣ୍ଡ ପକାନ୍ତୁ। ବାରମ୍ବାର ଏହାକୁ ଗୋଳାନ୍ତୁ ଯେପରି କଡେଇରେ ଆଳୁ ଲାଗିବ ନାହିଁ। କିଛି ସମୟ ପରେ ଏହା ସୁଜି ହାଲୁଆ ପରି ଦେଖାଯିବ। ଶେଷରେ ସେଥିରେ କାଜୁ, କିସମିସ୍ ଓ ବାଦାମ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆଳୁ ହାଲୁଆ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories