www.samajalive.in
Monday, December 8, 2025
27.1 C
Bhubaneswar

ଏଣିକି ଅନ୍‌ଲାଇନ କୋର୍ସକୁ ଅଫ୍‌ଲାଇନ ଭଳି ମିଳିବ ମାନ୍ୟତା

ନୂଆଦିଲ୍ଲୀ: ଛାତ୍ରଛାତ୍ରୀ କଲେଜ ଯାଇ ପାଠପଢିବା ବ୍ୟତୀତ ଅନେକ ଅନଲାଇନ୍ କୋର୍ସ ମଧ୍ୟ କରିଥା’ନ୍ତି। ବଡ଼ ବଡ଼ ଓପନ୍ ଅନଲାଇନ୍ କୋର୍ସ ପ୍ଲାଟଫର୍ମ ସହିତ ଆଇଆଇଟି, ଆଇଆଇଏମ୍ ପରି ସର୍ବୋତ୍ତମ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅନଲାଇନ୍ ପାଠ୍ୟକ୍ରମର ସୁବିଧା ରହିଛି। ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏଭଳି ବଡ଼ ବଡ଼ କଲେଜରୁ ଅନଲାଇନ କୋର୍ସ କରି ସାର୍ଟିଫିକେଟ୍ ହାସଲ କରିଥା’ନ୍ତି। ସାଧାରଣତଃ ଅଫଲାଇନ୍ କୋର୍ସ କରିଥିବା ଛାତ୍ରଛାତ୍ରୀଙ୍କୁ ଅଧିକ କ୍ରେଡିଟ୍ ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ୟୁଜିସି ନିଷ୍ପତ୍ତି ନେଇଛି ଯେ, ଅଫଲାଇନ୍ ଭଳି ଅନଲାଇନ ପାଠ୍ୟକ୍ରମ ସାର୍ଟିଫିକେଟକୁ ମଧ୍ୟ ସମାନ କ୍ରେଡିଟ୍ ଦିଆଯିବ। ସେହିପରି ଚାକିରି କରୁଥିବା ଲୋକମାନେ ଯଦି କୌଣସି ଅନୁଷ୍ଠାନରୁ ଅନଲାଇନ୍ କୋର୍ସ କରନ୍ତି, ତେବେ ସେମାନଙ୍କ ସାର୍ଟିଫିକେଟ୍ ଅଫଲାଇନ୍ ପରି ସମାନ ସ୍ୱୀକୃତି ପ୍ରାପ୍ତ ହେବ।

ୟୁଜିସି ଦ୍ବାରା ନୂତନ କ୍ରେଡିଟ୍ ଢାଞ୍ଚା ପ୍ରସ୍ତୁତ କରାଯାଇଛି, ଯାହା ଅନୁଯାୟୀ ସମସ୍ତ ବିଶ୍ୱବିଦ୍ୟାଳୟକୁ ଅନଲାଇନ୍ ପାଠ୍ୟକ୍ରମକୁ ମଧ୍ୟ ସ୍ୱୀକୃତି ଦେବାକୁ ପଡିବ। ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ. ଜଗଦୀଶ କୁମାର କହିଛନ୍ତି ଯେ, ଯଦି ଜଣେ ଛାତ୍ର କୌଣସି କଲେଜରୁ ଅନଲାଇନ୍ ପାଠ୍ୟକ୍ରମ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ କିମ୍ବା ଇଣ୍ଟର୍ନସିପ୍ କରନ୍ତି, ତେବେ ତାଙ୍କୁ ସମ୍ପୂର୍ଣ୍ଣ କ୍ରେଡିଟ୍ ଦିଆଯିବ। ତାଙ୍କ ସାର୍ଟିଫିକେଟକୁ ୟୁଜିସି ପକ୍ଷରୁ ଅଫଲାଇନ ଭଳି ସମାନ ସ୍ବୀକୃତି ପ୍ରଦାନ କରାଯିବ।

- Advertisement -

ୟୁଜିସିର ନୂଆ କ୍ରେଡିଟ୍ ଢାଞ୍ଚା କ’ଣ?

ଏବିସି(ଆକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ସ) ଏକ ପ୍ରକାରେ ଛାତ୍ରଛାତ୍ରୀମାନଙ୍କ ଡାଟା ଆକାଉଣ୍ଟ୍ ହେବ। ଯେଉଁଠାରେ ଛାତ୍ରଛାତ୍ରୀ ଏବଂ ସେମାନଙ୍କର କ୍ରେଡିଟ୍ ସ୍କୋର ଡିଜିଟାଲି କିମ୍ବା ଭର୍ଚ୍ଚୁଆଲି ଗଚ୍ଛିତ କରାଯିବ। ଏହା ଶିକ୍ଷାନୁଷ୍ଠାନମାନଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଛାତ୍ରଛାତ୍ରୀମାନେ ଏହାର ଅଂଶୀଦାର ହେବେ। ଏହି ଡାଟା ବ୍ୟାଙ୍କରୁ ସମସ୍ତ ଆବଶ୍ୟକୀୟ ସୂଚନା ମିଳିପାରିବ। ୟୁଜିସିର ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି, ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଦକ୍ଷତା ଏବଂ ଜ୍ଞାନ ଅନୁଯାୟୀ ସର୍ବୋତ୍ତମ ପାଠ୍ୟକ୍ରମ ଚୟନ କରିବାରେ ସକ୍ଷମ କରିବା।

ଏବେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଏକ ଆକାଡେମିକ୍ କ୍ରେଡିଟ୍ ଆକାଉଣ୍ଟ୍ ଖୋଲିପାରିବେ। ଏବିସି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଜାତୀୟ ସ୍ତରର ସୁବିଧା ହେବ। ଏହା ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ଅଧାରେ ପାଠପଢା ଛାଡିବା, ସେହି ପାଠପଢାର ପ୍ରମାଣପତ୍ର ପାଇବା ଏବଂ ଯେଉଁଠାରୁ ସେ ପାଠପଢା ଛାଡିଥିବେ ସେଠାରୁ ପୁଣି ଆରମ୍ଭ କରିବାର ସୁବିଧା ପ୍ରଦାନ କରାଯିବ। ଏହାକୁ ଦୃଷ୍ଟିରେ ରଖି ଏବେ ଅଫଲାଇନ୍ ପାଠ୍ୟକ୍ରମକୁ ଅନଲାଇନ୍ ଭଳି ସମାନ କ୍ରେଡଟ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି।

 

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories