www.samajalive.in
Monday, December 8, 2025
16.1 C
Bhubaneswar

ଶୁକ୍ରବାର ଟଙ୍କା କରଜ ଦିଅନ୍ତୁ ନାହିଁ ,ଗୁରୁବାର ଆମିଷ ଖାଆନ୍ତୁ ନାହିଁ..

ସପ୍ତାହର କେଉଁ ବାରରେ ଟଙ୍କା କରଜ ଦେବା କିମ୍ବା ନେବା ଆଦୌ ଉଚିତ ନୁହେଁ ତାହା ଜାଣିଛନ୍ତି କି? ଏହି ବାରରେ ଟଙ୍କା ନେଣଦେଣ କରିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ମାନ୍ୟତା ଅନୁଯାୟୀ ବାର ଅନୁଯାୟୀ ଗ୍ରହଙ୍କ ପ୍ରଭାବ ପଡିଥାଏ। ତେଣୁ ନିଜର ଦୈନନ୍ଦିନ କାର୍ଯ୍ୟରେ ବିଶେଷ ଧ୍ୟାନ ଦେବା ନିତାନ୍ତ ଜରୁରୀ। ତେବେ ଜାଣନ୍ତୁ କେଉଁ ବାରରେ କେଉଁ ଗ୍ରହଙ୍କ ପ୍ରଭାବ ରହିଥାଏ। ବାର ଅନୁଯାୟୀ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ୍‌‌ ତାହା ମଧ୍ୟ ଜାଣିବା ଆବଶ୍ୟକ।
ସୋମବାର ଚନ୍ଦ୍ରମାଙ୍କ ଦିନ ବୋଲି କୁହାଯାଏ। ଏହି ଦିନ ଚାକିରୀ, ବ୍ୟବସାୟ ଆଦିର ଆରମ୍ଭ କରନ୍ତୁ ନାହିଁ। କଳା ପୋଷାକ ପିନ୍ଧନ୍ତୁ ନାହିଁ। ଯଥା ସମ୍ଭବ ପୂର୍ବ ଦିଗକୁ ଯାତ୍ରା କରନ୍ତୁ ନାହିଁ।
ମଙ୍ଗଳବାର ମଙ୍ଗଳ ଗ୍ରହଙ୍କୁ ସମର୍ପିତ। ଏହି ଦିନ ଶିକ୍ଷା ଓ କୋର୍ଟ କଚେରୀ କାର୍ଯ୍ୟ ଶୁଭ ନୁହେଁ। ଏହି ଦିନ ନୀଳ ରଙ୍ଗର ବ୍ୟବହାର କରନ୍ତୁ ନାହିଁ।
ବୁଧବାର ବୁଧ ଗ୍ରହଙ୍କୁ ସମର୍ପିତ। ଏହି ଦିନ ସରଳ, ମନୋରଞ୍ଜନ ଓ ଧନ ସହ ଜଡିତ କାର୍ଯ୍ୟ ପାଇଁ ଉତ୍ତମ। ମାତ୍ର ଏହି ଦିନ ଆଦୌ କରଜ ଦିଅନ୍ତୁ ନାହିଁ।

ଗୁରୁବାର ଦେବଗୁରୁ ବୃହସ୍ପତିଙ୍କ ବାର। ଏହି ଦିନ ଭୁଲ୍‌‌ରେ ମଧ୍ୟ ଆମିଷ କିମ୍ବା ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ।
ଶୁକ୍ରବାର ଦିନଟି ଶୁକ୍ର ଗ୍ରହଙ୍କୁ ସମର୍ପିତ। ଏହି ଦିନ ଧନ ନିବେଶ କରନ୍ତୁ ନାହିଁ। ଏହାସହ ଭୁଲରେ ମଧ୍ୟ କରଜ ଦିଅନ୍ତୁ ନାହିଁ କି ଅନ୍ୟ ଠାରୁ ମଧ୍ୟ ଆଣନ୍ତୁ ନାହିଁ। ପରିବାର ସଦସ୍ୟଙ୍କ ସହ କଳହ କରନ୍ତୁ ନାହିଁ।
ଶନିବାର ଶନି ଗ୍ରହଙ୍କୁ ସମର୍ପିତ। ଏହି ଦିନ କୋର୍ଟ କଚେରୀ କାର୍ଯ୍ୟ କରନ୍ତୁ ନାହିଁ। ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ରବିବାର ସୂର୍ଯ୍ୟ ଦେବଙ୍କୁ ସମର୍ପିତ। ଏହି ବାର ପଦ ପ୍ରତିଷ୍ଠା ଓ ଉଚ୍ଚ ପଦବୀ ମିଳିବା ଦିନ ବୋଲି କୁହାଯାଏ। ଯେକୌଣସି କାର୍ଯ୍ୟ ଏହି ଦିନ ଆରମ୍ଭ କରିପାରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories